Site icon ଆଜିକାଲି

ଆସନ୍ତାକାଲି ହାଇଭୋଲଟେଜ ଭାରତ-ପାକିସ୍ତାନ ଲଢେଇ, ବର୍ଷା ଯୋଗୁ ପ୍ରଭାବିତ ହୋଇପାରେ ମ୍ୟାଚ

ନୂଆଦିଲ୍ଲୀ : ବିଶ୍ବକପ କ୍ରିକେଟରେ ଆସନ୍ତାକାଲି ଭାରତ-ପାକିସ୍ତାନ ଲଢେଇ । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ତେବେ ମ୍ୟାଚ ପୂର୍ବରୁ କ୍ରିକେଟ ପ୍ରେମୀଙ୍କ ପାଇଁ ଚିନ୍ତା ସୃଷ୍ଟି କଲା ଭଳି ଖବର ଆସିଛି । ଏହି ହାଇଭୋଲଟେଜ ମ୍ୟାଚରେ ବର୍ଷା ଆଶଙ୍କା ଥିବା ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଓ ଆସନ୍ତକାଲି ଅହମ୍ମଦାବାଦ ସମେତ ମଧ୍ୟ ଓ ଉତ୍ତର ଗୁଜରାଟର କିଛି ଜିଲାରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ବିଶ୍ବକପର କୌଣସି ଲିଗ ମ୍ୟାଚ ପାଇଁ ରିଜର୍ଭ ଡେ ରଖାଯାଇ ନାହିଁ । ଗତମାସରେ ଏସିଆ କପରେ ଭାରତ-ପାକ ମ୍ୟାଚ ବର୍ଶା ଯୋଗୁ ବାତିଲ ହୋଇଥିଲା।

Exit mobile version