Site icon ଆଜିକାଲି

ଗିରଫଦାରୀ ବିରୋଧରେ ହେମନ୍ତ ସୋରେନଙ୍କ ଆବେଦନ ଖାରଜ କଲେ ଝାଡ଼ଖଣ୍ଡ ହାଇକୋର୍ଟ

ରାଞ୍ଚି: ଇଡି ଦ୍ବାରା ତାଙ୍କ ଗିରଫଦାରି ବିରୋଧରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦାୟର କରିଥିବା ଆବେଦନକୁ ଝାଡ଼ଖଣ୍ଡ ହାଇକୋର୍ଟ ଖାରଜ କରିଦେଇଛନ୍ତି ଓ ତାଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି। ତେବେ ଜେଲରେ ବନ୍ଦ ଥିବା ସୋରେନଙ୍କୁ ମେ ୬ରେ ତାଙ୍କ ଦାଦାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ କୋର୍ଟ ଅନୁମତି ଦେଇଛନ୍ତି।

ସୋରେନ ଇଡି ଦ୍ୱାରା ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଝାଡ଼ଖଣ୍ଡ ହାଇକୋର୍ଟରେ ଏକ ରିଟ୍ ପିଟିସନ ଦାଖଲ କରିଥିଲେ । ତାଙ୍କର ଏହି ଆବେଦନ ଉପରେ କୋର୍ଟ ଫେବୃଆରୀ ୨୮ରେ ରାୟ ସଂରକ୍ଷିତ ରଖିଥିଲେ। ଜଷ୍ଟିସ୍ ଆର୍ ମୁଖୋପାଧ୍ୟାୟ ନିର୍ଦ୍ଦେଶ ଦେଇଛନ୍ତି ଯେ ପୋଲିସ୍ ହେପାଜତରେ ସେ (ସୋରେନ୍) ତାଙ୍କ ଦାଦାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ପାରିବେ।

ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଜାନୁଆରୀ ୩୧ରେ ସୋରେନଙ୍କୁ ଗିରଫ କରିଥିଲା। ସେ ବର୍ତ୍ତମାନ ରାଞ୍ଚିର ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲରେ ଅଛନ୍ତି।୧୩ ଦିନ ଇଡି ହାଜତ ପରେ ଫେବୃଆରୀ ୧୫ରେ ସୋରେନଙ୍କୁ ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲକୁ ପଠାଇଥିଲେ କୋର୍ଟ।

Exit mobile version