Site icon ଆଜିକାଲି

ହିଜାବ୍‌ ବିବାଦ: ସେପ୍ଟେମ୍ବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ହିଜାବ ମାମଲାର ଶୁଣାଣି । କର୍ଣ୍ଣାଟକ ହାଇକୋର୍ଟ ରାୟକୁ ଚ୍ୟାଲେଞ୍ଜ କରାଯାଇ ଆବେଦନ ସଂକ୍ରାନ୍ତରେ ଆଜି ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କୁ ନୋଟିସ୍‌ ଦେଇଛନ୍ତି। କିନ୍ତୁ, ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ କାଏମ ରଖିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ସେପ୍ଟେମ୍ବର ୫ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ମାମଲାର ଜରୁରୀକାଳୀନ ଶୁଣାଣି ପାଇଁ କହି ପରେ ଶୁଣାଣି ମୁଲତବୀ ରଖିବାକୁ କହିବାରୁ ବିଚାରପତି ହେମନ୍ତ ଗୁପ୍ତା ଏବଂ ସୁଧାଂଶୁ ଧୂଳିଆଙ୍କୁ ନେଇ ଗଠିତ ସୁପ୍ରିମ୍‌ କ‌ୋର୍ଟଙ୍କ ଖଣ୍ଡପୀଠ କେତେକ ଆବେଦନକାରୀଙ୍କ ଉପରେ ଅସନ୍ତୁଷ୍ଟ ହୋଇଛନ୍ତି। ଖଣ୍ଡପୀଠ କହିଛନ୍ତି, ମାମଲା ଶୁଣାଣି ନିମନ୍ତେ ଆମେ ଅଦାଲତ ଚୟନ କରିବାକୁ ଅନୁମତି ଦେବୁନାହିଁ। ଆପଣମାନ‌େ କେବଳ ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ।

ଗତ ମାର୍ଚ୍ଚ ମାସରେ କର୍ଣ୍ଣାଟକ ହାଇକୋର୍ଟ କହିଥିଲେ ଯେ, ହିଜାବ ଧାର୍ମିକ ପ୍ରଥାର ଅଂଶ ବିଶେଷ ନୁହେଁ । ହିଜାବ୍‌ ପରିଧାନ ଧାର୍ମିକ ବ୍ୟବସ୍ଥା ନ ହୋଇଥିବାରୁ ସମ୍ବିଧାନର ଧାରା ୨୫ ଅନୁସାରେ ତାହାକୁ ସୁରକ୍ଷା ଦିଆଯିବ ନାହିଁ। ତେଣୁ, ଶ୍ରେଣୀ ଗୃହ ମଧ୍ୟରେ ହିଜାବ୍‌ ପିନ୍ଧିବା ପାଇଁ ଅନୁମତି ମାଗିଥିବା ଉଡୁପିସ୍ଥିତ ସରକାରୀ ପ୍ରି-ୟୁନିଭର୍ସିଟି ଗାର୍ଲସ୍‌ କଲେଜ୍‌ର କେତେକ ମୁସଲ୍‌ମାନ୍‌ ଛାତ୍ରୀ ଦାଖଲ କରିଥିବା ପିଟିସନ୍‌ଗୁଡ଼ିକୁ ହାଇକ‌ୋର୍ଟ ଖାରଜ କରିଥିଲେ। ହାଇକୋର୍ଟଙ୍କ ଏହି ରାୟ ବିରୋଧରେ କେତେକ ବ୍ୟକ୍ତି ଓ ସଙ୍ଗଠନ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ।

Exit mobile version