Site icon ଆଜିକାଲି

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ; ୬୨ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କଲା ବିଜେପି

ସିମ୍‌ଲା : ହିମାଚଳ ପ୍ରଦେଶରେ ଆସନ୍ତା ନଭେମ୍ବର ୧୨ରେ ଭୋଟ୍‌ ଗ୍ରହଣ ହେବ । ଏଥିସହ ଡିସେମ୍ବର ୮ ତାରିଖରେ ଭୋଟ୍‌ ଗଣନା କରାଯିବ। ଏହି ପରିପ୍ରେକ୍ଷୀରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୬୨ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କଲା ବିଜେପି ।

ବିଜେପି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ସିରାଜରୁ ପ୍ରାର୍ଥୀ କରିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୂମଲଙ୍କୁ ଟିକେଟ ଦେଇ ନାହିଁ । ସତପାଲ ସିଙ୍କୁ ଉନ୍ନା ଆସନ ଅନୀଲ ଶର୍ମାଙ୍କୁ ମଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ପରି ଘଟଣା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୂମଲଙ୍କୁ ବିଜେପି ଟିକେଟ ଦେଇ ନାହିଁ । ସେ ସୁଜାନପୁର କିମ୍ବା ହମିରପୁରରୁ ପ୍ରାର୍ଥୀ ହେବେ ବୋଲି ଆଶା କରାଯାଉଥିଲା ।

ସେହିପରି ଅନୁସୂଚିତ ଜନଜାତି ନିମନ୍ତେ ମାତ୍ର ୩ଟି ଆସନ ସଂରକ୍ଷିତ ଥିବା ବେଳେ ‘ବିଜେପି’ ହାଇ କମାଣ୍ଡ ଅନୁସୂଚିତ ଜନଜାତିରୁ ୮ଜଣ ପ୍ରାର୍ଥୀ ଚୟନ କରିଛନ୍ତି। ଏହାଛଡ଼ା, ଦଳ ୫ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଇଛି। ସମୁଦାୟ ପ୍ରାର୍ଥୀମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ହେଉଛନ୍ତି ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରିଧାରୀ। କେତେ ଜଣ ବିଧାୟକଙ୍କ ସ୍ଥାନରେ ବି ନୂଆ ପ୍ରାର୍ଥୀ ଚୟନ କରାଯାଇଛି।

Exit mobile version