Site icon ଆଜିକାଲି

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ; ୪୬ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ସିମ୍‌ଲା : ହିମାଚଳ ପ୍ରଦେଶରେ ଆସନ୍ତା ନଭେମ୍ବର ୧୨ରେ ଭୋଟ୍‌ ଗ୍ରହଣ ହେବ । ଏଥିସହ ଡିସେମ୍ବର ୮ ତାରିଖରେ ଭୋଟ୍‌ ଗଣନା କରାଯିବ। ଏହି ପରିପ୍ରେକ୍ଷୀରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୪୬ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ।

ଘୋଷଣା ତାଲିକାରେ ଅଛନ୍ତି ୧୯ଜଣ ବିଧାୟକ ପ୍ରାର୍ଥୀ। ପାର୍ଟି ଟିକେଟ୍‌ ମିଳି ନ ଥିବା ଜଣେମାତ୍ର ବିଧାୟକ ହେଉଛନ୍ତି ଜଗତ୍‌ ସିଂହ ନେଗି। ସେହିପରି, କିନ୍ନୌର୍‌ର ଏକମାତ୍ର ବିଧାନସଭା ଆସନ ନିମନ୍ତେ ଟିକେଟ ଆବଣ୍ଟନ ସ୍ଥଗିତ ରଖାଯାଇଛି। ବାକି ୨୨ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଖୁବ୍‌ ଶୀଘ୍ର ପ୍ରାର୍ଥୀ ତାଲିକା ଘେଷେଣା କରଯିବା ବୋଲି ଦଳୀୟସୂତ୍ରରୁ ଜଣାପଡ଼ିଛି।

Exit mobile version