Site icon ଆଜିକାଲି

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ: ବିଜେପି ଇସ୍ତାହାରରେ ‘ୟୁନିଫର୍ମ ସିଭିଲ କୋଡ୍’


ସିମଲା : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଆଜି ବିଜେପି ନିର୍ବାଚନୀ ଇସ୍ତାହାର ଜାରି କରିଛି । ରାଜ୍ୟରେ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ପ୍ରଚଳନ କରିବ ବୋଲି ପ୍ରତିଶ୍ରୁତ ଦେଇଛି।

ନିର୍ବାଚନୀ ଇସ୍ତାହାର ‘ସଙ୍କଳ୍ପ ପତ୍ର ୨୦୨୨’ ଜାରି କରି ବିଜେପି ସଭାପତି ଜେ. ପି. ନଡ୍ଡା କହିଛନ୍ତି ଯେ, ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ପ୍ରଚଳନ ନିମନ୍ତେ ବିଶେଷଜ୍ଞ କମିଟି ଗଢ଼ାଯିବ। କମିଟିର ରିପୋର୍ଟ ଆଧାରରେ ତାହା ଲାଗୁ କରାଯିବ। ଏହାଛଡ଼ା, ପର୍ଯ୍ୟାୟକ୍ରମେ ୮ ଲକ୍ଷ ଚାକିରି ସୃଷ୍ଟି ଏବଂ ୫ଟି ନୂଆ ମେଡିକାଲ୍‌ କଲେଜ ଖୋଲିବା ପାଇଁ ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି।
ନଡ୍ଡା କହିଛନ୍ତି ଯେ, ଯେକୌଣସି ବେଆଇନ ବ୍ୟବହାର ବନ୍ଦ କରାଇବା ଲାଗି ବିଜେପି ହିମାଚଳ ପ୍ରଦେଶରେ ଥିବା ୱାକଫ୍‌ ସମ୍ପତ୍ତିର ସର୍ଭେ କରାଇବ।

‘ବିଜେପି’ ସରକାର ‘ଶକ୍ତି’ ନାମରେ ଆରମ୍ଭ କରିବାକୁ ଥିବା କାର୍ଯ୍ୟକ୍ରମରେ ୧୦ ବର୍ଷରେ ୧୨,୦୦୦ କୋଟି ଟଙ୍କା ବ୍ୟୟ କରାଯାଇ ଧର୍ମକ୍ଷେତ୍ର ଏବଂ ମନ୍ଦିର ଚାରିପଟେ ଭିତ୍ତିଭୂମି ଓ ପରିବହନ ବିକାଶ କରିବ ବୋଲି ମଧ୍ୟ ସେ କହିଛନ୍ତି।

Exit mobile version