Site icon ଆଜିକାଲି

ପଞ୍ଚଭୂତରେ ବିଲୀନ ହେଲେ ହୀରାବେନ୍‌

ଅହମଦାବାଦ : ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନ୍‌ । ଅହମ୍ମଦାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୀରାବେନଙ୍କ ଦେହାନ୍ତ ହୋଇଛି । ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ସେ ଅହମଦାବାଦର ୟୁଏନ୍ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କ ବିୟୋଗ ନେଇ ଆଜି ସକାଳେ ହସ୍‌ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ମା’ ହୀରାବେନଙ୍କ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଶ୍ମଶାନ ନିଆଯିବାବେଳେ କୋକେଇକୁ କାନ୍ଧଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ଗାନ୍ଧୀନଗର ସେକ୍ଟର-୩୦ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।ହୀରାବେନ୍‌ଙ୍କ ପାର୍ଥିବଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ମା’ଙ୍କୁ ମୁଖାଗ୍ନି ଦେଇଥିଲେ।

ସୂଚନା ଯେ, ଶୁକ୍ରବାର ଭୋର ୩.୩୦ରେ ହୀରା ବା’ଙ୍କର ଦେହାନ୍ତ ହୋଇଥିଲା। ଅହମ୍ମଦାବାଦର ୟୁଏନ୍‌ ମେହେଟ୍ଟା ହସ୍ପିଟାଲରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ଏହା ପରେ ତାଙ୍କ ପାର୍ଥିବଶରୀରକୁ ମୋଦିଙ୍କ ସାନଭାଇ ପଙ୍କଜ ମୋଦିଙ୍କ ଘରକୁ ଅଣାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ମଧ୍ୟ ମା’ଙ୍କ ଶରୀରକୁ କାନ୍ଧ ଦେଇଥିଲେ।

Exit mobile version