Site icon ଆଜିକାଲି

ମୁମ୍ବାଇ ହିଟ୍‌ ଆଣ୍ଡ ରନ୍‌ ମାମଲା: ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲା ମୁଖ୍ୟ ଅଭିଯୁକ୍ତ

ମୁମ୍ବାଇ : ମୁମ୍ବାଇର ୱର୍ଲି ହିଟ୍‌ ଆଣ୍ଡ ରନ ମାମଲାର ମୁଖ୍ୟ ଅଭିଯୁକ୍ତ ମିହିର ଶାହଙ୍କୁ ଆଜି କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଜୁଲାଇ ୯ରେ ତାଙ୍କୁ ପୁଲିସ୍‌ ଗିରଫ କରିଥିଲା। ସେ ମଦ ନିଶାରେ ନିଜ ବିଏମଡବ୍ଲ୍ୟୁକୁ ଗୋଟିଏ ସ୍କୁଟି ଉପରେ ମଡ଼ାଇ ଦେଇଥିଲେ। ଏଥିଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା।

୨୪ ବର୍ଷୀୟ ମିହିର ହେଉଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ନେତା ରାଜେଶ ଶାହଙ୍କ ପୁଅ। ଘଟଣା ପରେ ରାଜେଶଙ୍କୁ ୱର୍ଲି ପୁଲିସ୍‌ ଗିରଫ କରିଥିଲା। ହେଲେ ଜାମିନରେ ଖଲାସ ହୋଇଥିଲେ।

FacebookTwitterLinkedinWhatsapp
Exit mobile version