Site icon ଆଜିକାଲି

ହକି ବିଶ୍ୱକପ : ଫ୍ରାନ୍ସକୁ ୮-୦ ଗୋଲ୍‌ରେ ହରାଇଲା ଅଷ୍ଟ୍ରେଲିଆ

ଭୁବନେଶ୍ବର : ଆରମ୍ଭ ହୋଇଛି ପୁରୁଷ ହକି ବିଶ୍ୱକପର ପଞ୍ଚଦଶ ସଂସ୍କରଣ। ଆଜିର ଦ୍ବିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦମଦାର ପ୍ରଦର୍ଶନ କରି ଫ୍ରାନ୍ସ ବିପକ୍ଷରେ ବିଜୟୀ ହୋଇଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଫ୍ରାନ୍ସକୁ ୮ଟି ‌ଗୋଲ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ବିଶ୍ୱକପ ଇତିହାସରେ ୩ ଥର ଚାମ୍ପିଅନ ହୋଇସାରିଥିବା ଅଷ୍ଟ୍ରେଲିଆ ଦଳ ଆଜି ଫ୍ରାନ୍ସ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି।

ଅଷ୍ଟ୍ରେଲିଆ ଖେଳାଳିମାନେ ଆରମ୍ଭରୁ ଆକ୍ରମଣାତ୍ମକ ଶୈଳୀରେ ‌ମ୍ୟାଚ୍‌ ଖେଳିଥିଲେ। ଟିମ୍‌ ପ୍ରଥମ ହାଫ୍‌ରେ ଗୋଟିଏ ଗୋଲ୍‌ ଦେଇଥିଲା। ଅଷ୍ଟ୍ରେଲିଆର ଖେଳାଳିମାନେ ଦ୍ବିତୀୟ ଓ ତୃତୀୟ ହାଫ୍‌ରେ ଯଥାକ୍ରମେ ୩-୩ ଗୋଲ୍‌ ଦେଇଥିଲେ। ସେହିପରି ଶେଷ ହାଫ୍‌ରେ କଙ୍ଗାରୁ ଦଳ ଫ୍ରାନ୍ସ ବିପକ୍ଷରେ ଗୋଟିଏ ଗୋଲ ଦେଇଥିଲା। ଅଷ୍ଟ୍ରେଲିଆ ପାଇଁ କ୍ରାଇଗ ଟମ୍‌ ଓ ହାଏୱାର୍ଡ ଜେରେମି ସର୍ବାଧିକ ୩-୩ ଗୋଲ ଦେଇଥିଲେ। ଟମ୍‌ ୮, ୩୧ ଓ ୪୪ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲା ବେଳେ ଜେରେମି ୨୬, ୨୮ ଓ ୩୮ ମିନିଟରେ ପେ‌ନାଲ୍ଟି ଗୋଲ ମାରିଥିଲେ। ସେହିପରି ୨୬ ମିନିଟରେ ଓଗିଲିଭ ଫ୍ଲାଇନ୍‌ ଓ ୫୩ ମିନିଟରେ ୱିକ୍‌ହାମ୍‌ ଟମ୍‌ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।

Exit mobile version