Site icon ଆଜିକାଲି

ହକି ବିଶ୍ୱକପ : ଆଜି କ୍ୱାର୍ଟରରେ ଅଷ୍ଟ୍ରେଲିଆ-ସ୍ପେନ ଏବଂ ବେଲଜିୟମ-ନ୍ୟୁଜିଲାଣ୍ଡ ମୁକାବିଲା

ଭୁବନେଶ୍ବର : ହକି ବିଶ୍ବକପରେ ଆଜିଠାରୁ କ୍ବାର୍ଟର ଫାଇନାଲ ପର୍ଯ୍ୟାୟ ଆରମ୍ଭ ହେଉଛି । ଆଜି ଦୁଇଟି କ୍ୱାର୍ଟର ଫାଇନାଲ ଖେଳାଯିବ । କଳିଙ୍ଗ ଷ୍ଟାଡିୟମରେ ଅପରାହ୍ନ ୪ଟା ୩୦ମିନିଟରେ ଅଷ୍ଟ୍ରେଲିଆ ଓ ସ୍ପେନ ମଧ୍ୟରେ ଖେଳାଯିବ ପ୍ରଥମ କ୍ବାର୍ଟର ଫାଇନାଲ । ଅଷ୍ଟ୍ରେଲିଆ ଗ୍ରୁପ ‘ଏ ‘ ଟପ୍ପର ଭାବେ ସିଧାସଳଖ କ୍ୱାର୍ଟର ଫାଇନାଲରେ ପହଞ୍ଚିଥିବା ବେଳେ ଗ୍ରୁପ ‘ଡି’ରେ ତୃତୀୟ ସ୍ଥାନରେ ଥିବା ସ୍ପେନ କ୍ରସଓଭରରେ ମାଲେସିଆକୁ ସୁଟଆଉଟରେ ହରାଇ କ୍ୱାର୍ଟରରେ ପ୍ରବେଶ କରିଥିଲା ।

ଆଜି ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଗତଥରର ଚାମ୍ପିଅନ ବେଲଜିୟମ ନ୍ୟୁଜିଲାଣ୍ଡକୁ ଭେଟିବ । ବେଲଜିୟମ ଗ୍ରୁପ ‘ବି’ ଟପ୍ପର ଭାବେ ସିଧାସଳଖ କ୍ୱାର୍ଟର ଫାଇନାଲରେ ପହଞ୍ଚିଥିବା ବେଳେ ଗ୍ରୁପ ‘ସି’ରେ ତୃତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ କ୍ରସଓଭର ମ୍ୟାଚରେ ଭାରତକୁ ହରାଇ କ୍ୱାର୍ଟରକୁ ଉନ୍ନୀତ ହୋଇଛି ।

ସେହହିପରି ଆସନ୍ତା ବୁଧବାର ଅନ୍ୟ ଦୁଇଟି କ୍ୱାର୍ଟର ଫାଇନାଲ ଖେଳାଯିବ । ଜର୍ମାନୀ -ଇଂଲଣ୍ଡ ଏବଂ ଦକ୍ଷିଣ କୋରିଆ-ନେଦରଲ୍ୟାଣ୍ଡସ ମଧ୍ୟରେ କାଲି ଖେଳାଯିବ କ୍ୱାର୍ଟର ଫାଇନାଲ।

Exit mobile version