Site icon ଆଜିକାଲି

ହକି ବିଶ୍ୱକପ : ୱେଲ୍‌ସକୁ ୫-୦ ଗୋଲରେ ହରାଇଲା ଇଂଲଣ୍ଡ

ରାଉରକେଲା : ଆରମ୍ଭ ହୋଇଛି ପୁରୁଷ ହକି ବିଶ୍ୱକପର ପଞ୍ଚଦଶ ସଂସ୍କରଣ। ଆଜିର ତୃତୀୟ ମ୍ୟାଚ୍‌ରେ ଇତିହାସ ରଚିଲା ଇଂଲଣ୍ଡ । ଶୁକ୍ରବାର ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆୟୋଜିତ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ୱେଲ୍‌ସକୁ ୫-୦ ଗୋଲରେ ପରାସ୍ତ କରିଛି ଇଂଲଣ୍ଡ।

ଇଂଲଣ୍ଡର ଖେଳାଳିମାନେ ଆରମ୍ଭରୁ ହିଁ ଲଢୁଆ ମନୋଭାବ ନେଇ ଖେଳିଥିଲେ। ଗୋଟିଏ ମିନିଟ୍‌ ପୂର୍ବରୁ ପାର୍କ ନିକୋଲାସ ଫିଲ୍ଡ ଗୋଲ୍‌ ଦେଇଥିଲେ। ଅନସେଲ ଲିଆମ୍‌ ୨୭ ଓ ୩୭ ମିନିଟରେ ପେନାଲ୍ଟି ଗୋଲ ଗୋଲ ଦେଇଥିଲେ। ସେହିପରି ୪୧ ମିନିଟରେ ରୋପେର ଫିଲ ଫିଲ୍ଡ ଗୋଲ ଦେଇଥିଲେ। ଶେଷ ମୁହୂର୍ତ୍ତରେ ଇଂଲଣ୍ଡର ବନ୍ଦୁରକ ନିକୋଲାସ ୫୭ ମିନିଟରେ ଏକ ଫିଲ୍ଡ ଗୋଲ୍‌ ଦେଇଥିଲେ।

Exit mobile version