Site icon ଆଜିକାଲି

ଆଜି ବେଲଜିୟମ-ଜର୍ମାନୀ ମଧ୍ୟରେ ହକି ବିଶ୍ବକପ୍ ଫାଇନାଲ ମୁକାବିଲା

ଭୁବନେଶ୍ବର : ଆଜି ହକି ବିଶ୍ବକପ ମହାସମର । ସୁପର ସନଡେରେ ସୁପର ମୁକାବିଲା । କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ବକପ୍ ମୁକୁଟ ହାତେଇବାକୁ ମୁହାଁମୁହିଁ ହେବେ ବେଲଜିୟମ୍ ଓ ଜର୍ମାନୀ । କିଏ ଜିତିବ ହକି ବିଶ୍ବକପ୍ ମୁକୁଟ ତାକୁ ନେଇ ହକି ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ।

ଗତ ବିଶ୍ବକପ ଚାମ୍ପିଅନ ବେଲଜିୟମ ପୁଣି ଥରେ ବିଶ୍ବ ବିଜୟୀ ହେବାକୁ ପ୍ରସ୍ତୁତ ଥିବା ବେଳେ ଜର୍ମାନୀ ମଧ୍ୟ କଡା ଟକ୍କର ଦେବାକୁ ତୟାର । ପ୍ରତି ମ୍ୟାଚରେ ସଂଘର୍ଷ କରି ଫାଇନାଲ ଟିକେଟ୍ ହାତେଇ ଥିବା ଜର୍ମାନୀ ବେଲଜିୟମକୁ ମାତ ଦେଇ ବିଶ୍ବ ବିଜୟୀ ହେବାକୁ ଯୋଜନା ପ୍ରସ୍ତୁତ କରିଛି । ସେପଟେ ତୃତୀୟ ସ୍ଥାନ ପାଇଁ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡସ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ ।

Exit mobile version