Site icon ଆଜିକାଲି

ହକି ବିଶ୍ୱକପ : ଆଜି କ୍ରସଓଭରରେ ଜର୍ମାନୀ -ଫ୍ରାନସ ଓ ଆର୍ଜେଣ୍ଟିନା- ଦକ୍ଷିଣ କୋରିଆ ମୁକାବିଲା

ଭୁବନେଶ୍ୱର : ଚଳିତ ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଆଜି ଆଉ ଦୁଇଟି କ୍ରସଓଭର ମ୍ୟାଚ ଖେଳାଯିବ । ଆଉ କେଉଁ ଦୁଇଟି ଟିମ କ୍ୱାର୍ଟର ଫାଇନାଲ ଖେଳିବେ, ତାହା ଆଜି ସ୍ପଷ୍ଟ ହୋଇଯିବ ।

କଳିଙ୍ଗ ଷ୍ଟାଡ଼ିଅମରେ ସୋମବାର ଅପରାହ୍ମ ସାଢେ ୪ଟାରେ ଜର୍ମାନୀ ଓ ଫ୍ରାନ୍ସ ମଧ୍ୟରେ ମ୍ୟାଚ ଖେଳାଯିବ ।ସନ୍ଧ୍ୟା ୭ଟାରେ ଆର୍ଜେଣ୍ଟିନା ଓ ଦକ୍ଷିଣ କୋରିଆ ମଧ୍ୟରେ କ୍ରସଓଭର ମ୍ୟାଚ ଖେଳାଯିବ । ଗତକାଲି ଖେଳାଯାଇଥିବା କ୍ରସଓଭର ମ୍ୟାଚରେ ବିଜୟୀ ହୋଇ ସ୍ପେନ ଓ ନ୍ୟୁଜିଲାଣ୍ଡ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସ୍ପେନ ମାଲେସିଆ କୁ ସୁଟଆଉଟରେ ହରାଇଥିବା ବେଳେ ନ୍ୟୁଜିଲାଣ୍ଡ, ଭାରତକୁ ସଡନ ଡେଥରେ ହରାଇଥିଲା । କ୍ୱାର୍ଟର ଫାଇନାଲରେ ସ୍ପେନ ଅଷ୍ଟ୍ରେଲିଆକୁ ଓ ନ୍ୟୁଜିଲାଣ୍ଡ ବେଲଜିୟମକୁ ଭେଟିବ ।

Exit mobile version