Site icon ଆଜିକାଲି

ହକି ବିଶ୍ୱକପ : ଆଜି କ୍ରସଓଭରରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ, ଜିତିବା ଦଳ ଖେଳିବ କ୍ୱାର୍ଟର ଫାଇନାଲ

ଭୁବନେଶ୍ବର : ଆଜିଠୁ ହକି ବିଶ୍ୱକପରେ ଖେଳାଯିବ କ୍ରସଓଭର ମ୍ୟାଚ । କଳିଙ୍ଗ ଷ୍ଟାଡିୟମରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ । ଗ୍ରୁପ ‘ଡି’ରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଭାରତ ଏହି ମ୍ୟାଚ ଜିତିଲେ କ୍ୱାର୍ଟର ଫାଇନାଲ ଖେଳିବ । ନ ହେଲେ ଦଳ ପାଇଁ ବିଶ୍ୱକପ ଅଭିଯାନ ଶେଷ ହେବ । ସ୍ଥାନ ପାଇଁ ଲଢେଇ ହେବ । ଆଉ ଚାରିଟି ଦଳ କ୍ୱାର୍ଟର ଫାଇନାଲ ଯିବା ବାକି ଅଛି । ପୂର୍ବରୁ ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲ୍ୟାଣ୍ଡସ ଓ ଇଂଲଣ୍ଡ ଗ୍ରୁପ ବିଜେତା ଭାବେ ସିଧାସଳଖ କ୍ୱାର୍ଟରରେ ପହଞ୍ଚି ସାରିଛନ୍ତି। ଏବେ ବିଭିନ୍ନ ଗ୍ରୁପରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଦଳଗୁଡ଼ିକ କ୍ରସଓଭର ମ୍ୟାଚ ଖେଳିବେ ।

ଅନ୍ୟ କ୍ରସଓଭର ମ୍ୟାଚରେ ସ୍ପେନ୍‌-ମାଲେସିଆ, ଜର୍ମାନୀ-ଫ୍ରାନ୍ସ, ଦକ୍ଷିଣ କୋରିଆ-ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ହେବ । ଆଜି ଓ ଆସନ୍ତାକାଲି କ୍ରସଓଭର ମ୍ୟାଚ ସବୁ ସରିଲା ପରେ କ୍ବାର୍ଟର ଫାଇନାଲ୍ ଲାଇନ୍ ଅପ୍ ଚୂଡାନ୍ତ ହେବ ।

Exit mobile version