Site icon ଆଜିକାଲି

ହକି ବିଶ୍ୱକପରେ ଆଜି ସେମିଫାଇନାଲ ମୁକାବିଲା

ଭୁବନେଶ୍ୱର : ହକି ବିଶ୍ୱକପରେ ଆଜି ସେମିଫାଇନାଲ ମୁକାବିଲା । ଦୁଇଟିଯାକ ସେମିଫାଇନାଲ ଆଜି ଖେଳାଯିବ । ଆଜି କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ଜର୍ମାନୀ । ସାଢେ ୪ଟାରେ ଆରମ୍ଭ ହେବ ଏହି ମ୍ୟାଚ। କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ ସ୍ପେନକୁ ହରାଇଥିଲା । ଜର୍ମାନୀ, କ୍ୱାର୍ଟର ଫାଇନାଲରେ ଇଂଲଣ୍ଡକୁ ହରାଇଥିଲା ।

ସନ୍ଧ୍ୟା ୭ଟାରେ ଦ୍ୱିତୀୟ ସେମିଫାଇନାଲ ଗତଥରର ଚାମ୍ପିଅନ ବେଲଜିୟମ ଓ ନେଦରଲ୍ୟାଣ୍ଡସ ମଧ୍ୟରେ ଖେଳାଯିବ । କ୍ୱାର୍ଟର ଫାଇନାଲରେ ବେଲଜିୟମ , ନ୍ୟୁଜିଲାଣ୍ଡକୁ ହରାଇଥିବା ବେଳେ ନେଦରଲ୍ୟାଣ୍ଡସ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା ।
ସେମିଫାଇନାଲିଷ୍ଟ ଦଳ ମଧ୍ୟରେ ଅଷ୍ଟ୍ରେଲିଆ, ବେଲଜିୟମ ଓ ନେଦରଲ୍ୟାଣ୍ଡସ ନିଜ ନିଜ ଗ୍ରୁପରେ ଶୀର୍ଷ ସ୍ଥାନ ଅଧିକାର କରି ସିଧାସଳଖ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିଲେ। କେବଳ ଜର୍ମାନୀ କ୍ରସଓଭର ମ୍ୟାଚ ଖେଳି କ୍ୱାର୍ଟର ଫାଇନାଲ ଖେଳିଥିଲା ।

Exit mobile version