Site icon ଆଜିକାଲି

ହକି ବିଶ୍ୱକପ : ଜାପାନ ବିପକ୍ଷରେ ଦକ୍ଷିଣ କୋରିଆର ସଂଘର୍ଷପୂର୍ଣ୍ଣ ବିଜୟ

ଭୁବନେଶ୍ୱର : ଆଜି ହକି ବିଶ୍ୱକପର ପଞ୍ଚମ ଦିନରେ ଗ୍ରୁପ ‘ବି’ର ପ୍ରଥମ ମ୍ୟାଚ ଦୁଇ ଏସୀୟ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ହୋଇଥିଲା। ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଦକ୍ଷିଣ କୋରିଆ ୨-୧ ଗୋଲରେ ଜାପାନକୁ ହରାଇ ପ୍ରଥମ ବିଜୟ ହାସଲ କରିଛି । ମ୍ୟାଚର ପ୍ରଥମ ଗୋଲ ଜାପାନ ସ୍କୋର କରିଥିଲା । ମ୍ୟାଚର ମାତ୍ର ଦ୍ୱିତୀୟ ମିନିଟରେ କେନ ନାଗ୍ୟୋସି ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ। କିନ୍ତୁ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା କୋରିଆ । ନବମ ମିନିଟରେ କୋରିଆର ଜଙ୍ଗଜୁନ ଲି ଗୋଲଟି ପରିଶୋଧ କରିଦେଇଥିଲେ । ଲି ୨୪ ତମ ମିନିଟରେ ଆଉ ଗୋଟିଏ ଗୋଲ ସ୍କୋର କରିଥିଲେ, ଆଉ ତାହା ହିଁ ବିଜୟସୂଚକ ସାବ୍ୟସ୍ତ ‌ହୋଇଥିଲା ।

Exit mobile version