Site icon ଆଜିକାଲି

ହଲିଉଡ୍ ଅଭିନେତା ରୋବି କୋଲଟ୍ରେନଙ୍କ ଦେହାନ୍ତ

ମୁମ୍ଵାଇ : ପରଲୋକରେ ହଲିଉଡ୍ ଅଭିନେତା ରୋବି କୋଲଟ୍ରେନ। ୭୨ ବର୍ଷ ବୟସରେ ସେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଗତ କିଛି ଦିନ ସ୍ଵାସ୍ଥ୍ୟ ସମସ୍ୟା ଥିବାରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଏନେଇ ଅଭିନେତାଙ୍କ ଏଜେଣ୍ଟ ବେଲିଣ୍ଡା ରାଇଟ୍‌ ନିଶ୍ଚିତ କରିଛନ୍ତି କି ସ୍କଟଲ୍ୟାଣ୍ଡର ଫାଲ୍କିର୍କ ନିକଟ ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି।

ହ୍ୟାରି ପୋଟର ଲେଖିକା ଜେକେ ରାଉଲିଙ୍ଗ ମଧ୍ୟ ଟ୍ୱିଟରରେ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଉଲିଙ୍ଗ କୋଲଟ୍ରନଙ୍କୁ ଏକ ଅବିଶ୍ୱାସନୀୟ ପ୍ରତିଭା ଭାବରେ ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି, “ମୁଁ ରୋବିଙ୍କ ପରି ଆଉ କାହାକୁ ଏପରି ଜାଣି ପାରିବି ନାହିଁ। ସେ ଜଣେ ଅବିଶ୍ୱସନୀୟ ପ୍ରତିଭା ଥିଲେ। ମୁଁ ତାଙ୍କୁ ଜାଣିବା, ତାଙ୍କ ସହ କାମ କରିବା ଏବଂ ତାଙ୍କ ସହ ହସିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି। ମୁଁ ତାଙ୍କର ସମସ୍ତ ପିଲା ଏବଂ ସେମାନଙ୍କ ପରିବାର ପ୍ରତି ମୋର ପ୍ରେମ ଏବଂ ଗଭୀର ସମବେଦନା ଜଣାଉଛି।”

Exit mobile version