Site icon ଆଜିକାଲି

ଗୁଳି କରି ଆତ୍ମହତ୍ୟା କଲେ ହଲିଉଡ ଅଭିନେତା ଷ୍ଟିଫେନ୍ ବସ୍

ଲସ ଏଞ୍ଜେଲ୍ସ : ହଲିଉଡ ଜଗତରେ ଶୋକର ଛାୟା । ‘ଦି ଏଲିନ୍ ଡି ଜନସ୍‌ ‘ ଏବଂ ‘ସୋ ୟୁ ଥିଙ୍କ୍‌ ୟୁ କ୍ୟାନ୍‌ ଡ୍ୟାନ୍’ ଭଳି ଲୋକପ୍ରିୟ ଶୋ’ରେ ଅଭିନୟ କରିଥିବା ଷ୍ଟିଫେନ୍ ବସ୍ ଗତ ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି।

ସୂଚନା ଯେ, ଲସ ଏଞ୍ଜେଲ୍ସର ହୋଟେଲ ରୁମରୁ ତାଙ୍କ ମୃତଦେହ ଉଦ୍ଧାର କରାଇଛି। ଷ୍ଟିଫେନ୍‌ଙ୍କ ପତ୍ନୀ ସୂଚନା ଦେଇଛନ୍ତି ଏକ ଅଦ୍ଭୁତ କଥା ସେ କେବେବି କାର ବିନା ଘରୁ ବାହାରକୁ ଯାଆନ୍ତି ନାହିଁ। କିନ୍ତୁ ସେଦିନ ସେ ବିନା କାରରେ ଘରୁ ବାହାରକୁ ଯାଇଥିଲେ। ଷ୍ଟିଫେନଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ନେଇ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ତେବେ ତାଙ୍କୁ କାହିଁକି ଆତ୍ମହତ୍ୟା କରିବାକୁ ପଡିବ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Exit mobile version