Site icon ଆଜିକାଲି

୮ ଦିନରେ ୨ ଶହ କୋଟି ପାର କଲା ହଲିଉଡ୍ ଫିଲ୍ମ ‘ଅବତାର ୨’

ମୁମ୍ବାଇ : ହଲିଉଡ୍ ଫିଲ୍ମ ‘ଅବତାର ୨’ ବକ୍ସ ଅଫିସରେ ଜବରଦସ୍ତ କଲେସକସନ କରିବାରେ ଲାଗିଛି । ପ୍ରଥମ ଦିନରୁ ଭାରତରେ ବଡ ଓପିନିଂ କରିଥିଲା ଏହି ଫିଲ୍ମ । ଗୋଟିଏ ସପ୍ତାହକରେ ଫିଲ୍ମଟି ୨୦୦ କୋଟି ରୋଜଗାର କରିବାରେ ସକ୍ଷମ ହୋଇଛି । ତେବେ ଏହି ଫିଲ୍ମ କେବଳ ଘରୋଇ ବଜାରରେ ନୁହଁ ବରଂ ୱାଲର୍ଡ ୱାଇଡରେ ମଧ୍ୟ ତାର ଦବଦବା ଜାରି ରହିଛି । ଅବତାର ୨ ମଧ୍ୟ ଗୋଟିଏ ସପ୍ତାହରେ ୱାଲର୍ଡ ୱାଇଡରେ ୫ହଜାର କୋଟି ଏବଂ ଭାରତରେ ୨୩୫ କୋଟି ଟଙ୍କା ରୋଜଗାର କରିଛି । ଏହି ଫିଲ୍ମ ପାଇଁ ୨୫୦ ମିଲିୟନ ଡଲାର ଅର୍ଥାତ୍ ୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହାକି ସବୁଠାରୁ ମହଙ୍ଗା ଫିଲ୍ମ ।ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଜେମ୍ସ କେମରୁନ୍ ।

ବକ୍ସ ଅଫିସରେ ରିଲିଜ୍ ହେବାର ଅଷ୍ଟମ ଦିନରେ ‘ଅବତାର ୨’ ୨୦୦ କୋଟି ପାର କରିଛି । ଏଥିରୁ ଏହା ସ୍ପଷ୍ଟ ଭାବରେ ଅନୁମାନ କରାଯାଇପାରେ ଯେ ‘ଅବତାର ଦି ଓ୍ବେ ଅଫ ଓ୍ବାଟର’ ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇ ସାରିଛି । ସାକନିଲ୍କର ରିପୋର୍ଟ ଅନୁଯାୟୀ, ନିର୍ଦ୍ଦେଶକ ଜେମ୍ସ କେମେରୁନଙ୍କ ‘ଅବତାର ୨’ ଅଷ୍ଟମ ଦିନରେ ଭାରତୀୟ ବକ୍ସ ଅଫିସରେ ପ୍ରାୟ ୧୩.୨୫ ଟଙ୍କା ସଂଗ୍ରହ କରିଛି । ଏହା ସହିତ ଭାରତରେ ‘ଅବତାର ୨’ ର ମୋଟ ଆୟ ୨୦୬.୮୫ କୋଟି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଖୋଲାଖୋଲି ଭାବେ କହିବାକୁ ଗଲେ ଏହାର ରିଲିଜ୍ ହେବାର ମାତ୍ର ୮ ଦିନ ମଧ୍ୟରେ ‘ଅବତାର ଦି ଓ୍ବେ ଅଫ ୱାଟର ‘ ଭାରତରେ ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଛି।

Exit mobile version