Site icon ଆଜିକାଲି

ଭୋପାଳ ସଚିବାଳୟରେ ଭୟାଭହ ଅଗ୍ନିକାଣ୍ଡ

ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ସଚିବାଳୟରେ ହଠାତ ଭୟାଭହ ଅଗ୍ନିକାଣ୍ଡ ଘଟିଛି । ଶନିବାର ସକାଳେ ସଚିବାଳୟ ଭବନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ସୂଚନା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁ ଲିଭାଇବାକୁ ପ୍ରୟାସ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଭୋପାଳର ବଲ୍ଲଭ ଭବନ ପୁରୁଣା ବିଲି୍ଡଂର ତୃତୀୟ ମହଲାରେ ନିଆଁ ଲାଗିବା ମାତ୍ରେ ପୁଲିସ ଏବଂ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଛନ୍ତି । ଘଟଣାର ତଦନ୍ତ କରି ବିସ୍ତୁତ ରିପୋର୍ଟ ଦେବାକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Exit mobile version