Site icon ଆଜିକାଲି

ଫିରୋଜାବାଦରେ ଭୟାବହ ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ୬ ଜଣ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଫିରୋଜାବାଦରେ ଅଗ୍ନିକାଣ୍ଡ । ମଙ୍ଗଳବାର ରାତିରେ ଫର୍ଣ୍ଣଚର ଓ ଇଲୋକ୍ଟ୍ରୋନିସ୍ ଦୋକାନାରେ ନିଆଁ ଲାଗିବା ଯୋଗୁ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଜିଅନ୍ତା ଜଳିଗଲେ ଗୋଟିଏ ପରିବାରର ୬ ସଦସ୍ୟ । ମୃତକଙ୍କ ମଧ୍ୟରେ ୪ଜଣ ଛୋଟ ପିଲା ଥିବା ଜଣାପଡ଼ିଛି। ସେହିପରି ୩ଜଣ ଗୁୁରୁତର ଭାବେ ଆହତ ହୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆହତଙ୍କ ଅବସ୍ଥା ସକଂଟାପନ୍ନ ଥିବା ଜଣାପଡ଼ିଛି ।

ଖବର ପାଇ ନିଆଁକୁ ଆୟତ୍ତ କରିବାକୁ ୧୮ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲା । ୧୨ଟି ଥାନାର ପୋଲିସ କର୍ମଚାରୀ ଲୋକଙ୍କୁ ଉଦ୍ଧାର କରିଥିଲେ। ଫିରୋଜାବାଦ ଏସପି ଆଶିଷ୍ ତିଓ୍ବାରୀଙ୍କ କହିବା ଅନୁଯାୟୀ, ସଟସର୍କିଟ୍ ଯୋଗୁ ନିଆଁ ଲାଗିଥିଲା। ପରେ କ୍ଷଣକ ମଧ୍ୟରେ ନିଆଁ ଅଣଆୟତ୍ତ ହୋଇଯାଇଥିଲା । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଆଁ ଲାଗିଥିବା ସ୍ଥାନରେ ଫଶି ରହିଥିବା ଲୋକଙ୍କୁ ପୋଲିସ ଓ ଦମକଳ ବାହିନୀ ଉଦ୍ଧାର କରିବାରେ ଲାଗିପଡ଼ିଛି ।

ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ନିଆଁରେ ପୋଡ଼ି ହୋଇ ପ୍ରାଣହରାଇଥିବା ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

Exit mobile version