Site icon ଆଜିକାଲି

ଫିଲ୍ମ ପଠାନକୁ ବିରୋଧ କରି ସିନେମା ହଲରେ ହଙ୍ଗାମା, ୫ଗିରଫ

ମୁମ୍ଵାଇ : ପିଛା ଛାଡ଼ୁନି ବିବାଦ । ରିଲିଜ୍‌ ପୂର୍ବରୁ ପଠାନ୍‌କୁ ନେଇ ଉଠୁଥିବା ବିବାଦ ବନ୍ଦ ହେବାର ନାମ ନେଉନାହିଁ । ଏହାର ରିଲିଜ୍ ତାରିଖ ଯେତେ ପାଖେଇ ଆସୁଛି, ବୟକଟ୍‌ ପାଇଁ ଦାବି ମଧ୍ୟ ଜୋର ଧରୁଛି । ନିକଟରେ ଗୁଜୁରାଟର ସୁରଟରେ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚପି)ର କିଛି କାର୍ଯ୍ୟକର୍ତ୍ତା ଏକ ସିନେମା ହଲକୁ ଭଙ୍ଗାରୁଜା କରିଥିଲେ। ଭିଏଚପି କର୍ମୀମାନେ ପଠାନ ଫିଲ୍ମର ପୋଷ୍ଟର ଚିରି ସୁରଟର ରୁପାଲି ସିନେମା ହଲରେ ହଙ୍ଗାମା କରିଥିଲେ। ଏହା ପରେ ପୋଲିସ ୫ଜଣ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଥିଲା।

ପୋଲିସର ସୂଚନାନୁସାରେ, ସିନେମା ହଲରୁ ଏକ ଅଭିଯୋଗ ଆସିଥିଲା ​​ଯେ କିଛି ଲୋକ ଏହି ଫିଲ୍ମକୁ ବିରୋଧ କରିବା ପାଇଁ ପୋଷ୍ଟର ଛିଣ୍ଡାଇ ଅସନ୍ତୋଷ ସୃଷ୍ଟି କରୁଥିଲେ। ଅଭିଯୋଗ ଉପରେ ପୋଲିସ ବିଶ୍ୱ ହିନ୍ଦୁ ପରିଷଦର ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରିଥିଲା।

Exit mobile version