Site icon ଆଜିକାଲି

ମୁମ୍ବାଇକୁ ୩୧ ରନରେ ହରାଇ ପ୍ରଥମ ବିଜୟ ହାସଲ କଲା ହାଇଦ୍ରାବାଦ

ହାଇଦ୍ରାବାଦ : ଆଇପିଏଲ୍ ଇତିହାସରେ ଦେଖିବାକୁ ମିଳିଲା ସବୁଠୁ ହାଇସ୍କୋରିଂ ମୁକାବିଲା। ଏହି ମ୍ୟାଚରେ ସବୁଠୁ ବଡ ସ୍କୋର କରି ଇତିହାସ ରଚିଛି ହାଇଦ୍ରାବାଦ। ସନରାଇଜର୍ସ ହାଇଦ୍ରାବାଦ ପରେ ମୁମ୍ବାଇ ଇଣ୍ଡିଆନ୍ସ ବି ୨୦୦ରୁ ଉର୍ଦ୍ଧ୍ଵ ସ୍କୋର କରିଛି। କିନ୍ତୁ ୨୭୮ ରନର ପାହାଡ଼ ତଳେ ଦବିଗଲା ମୁମ୍ବାଇ ଇଣ୍ଡିଆନ୍ସ। ବିଶାଳ ବିଜୟ ଲକ୍ଷ ପିଛା କରିଥିବା ମୁମ୍ବାଇ ୫ ଓ୍ଵିକେଟ୍ ହରାଇ ୨୪୬ ରନ କରିବାକୁ ସକ୍ଷମ ହୋଇଛି।

ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ହେଁ ବ୍ୟାଟିଂ ଉପଯୋଗୀ ମ୍ୟାଚ୍ରେ ହାଇଦ୍ରାବାଦ ମୁମ୍ବାଇକୁ ୩୧ ରନରେ ହରାଇ ପ୍ରଥମ ବିଜୟ ହାସଲ କରିଛି। ଅନ୍ୟପଟେ ମୁମ୍ବାଇ ଚଳିତ ସିଜିନରେ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି। ଏହି ମ୍ୟାଚ୍ରେ ୫୦୦ରୁ ଉର୍ଦ୍ଧ୍ଵ ସ୍କୋର ହେବା ସହ ଛକାର ରେକର୍ଡ ମଧ୍ୟ ହୋଇଛି।

Exit mobile version