Site icon ଆଜିକାଲି

ମୁଁ ଆହାତ ନଥିଲି, ଟିମ୍‌ରୁ ବାହାର ପାଇଁ କରାଯାଇଥିଲା ମିଛ ପ୍ରଚାର : ବରୁଣ ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ : ମାର୍ଚ୍ଚ ଶେଷରେ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ । ଏଥିପାଇଁ ସମସ୍ତ ଟିମ୍‌ ଜୋରସୋର୍‌ରେ ଚଳାଇଛନ୍ତି ପ୍ରସ୍ତୁତି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ୨୦୧୯ ଆଇପିଏଲ୍‌ରେ ଡେବ୍ୟୁ କରିଥିବା ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ଏକ ଇଣ୍ଟର୍ଭ୍ୟୁ । ସେ କହିଛନ୍ତି କି ଟିମ୍‌ରୁ ବାହାର କରିବା ପାଇଁ ସେ ଆଘାତ ହେବାର ମିଛି ଗୁଜବ ପ୍ରଚାର କରାଯାଇଥିଲା ।

ଖବର ଅନୁଯାୟୀ ଏହି ବୋଲର ୨୦୧୯ରେ ଆଇପିଏଲରେ କରିଥିଲେ ଡେବ୍ୟୁ । ସେ ଏହି ସମୟରେ ପଞ୍ଜାବ ଟିମ୍‌ରୁ ଖେଳୁଥିଲେ । ଏହାପରେ ସେ କୋଲକାତା ନାଇଟ୍ ରାଇଡର୍ସକୁ ଯାଇଥିଲେ ଏବଂ ସେଠାରେ ସେ ଏକ ଭିନ୍ନ ପରିଚୟ ପାଇଥିଲେ । କିନ୍ତୁ ବର୍ତ୍ତମାନ ଏହି ବୋଲର ଏକ ଇଣ୍ଟର୍ଭ୍ୟୁ ସମସ୍ତଙ୍କୁ ଚକିତ କରିଛି ।

୨୦୨୦ ଆଇପିଏଲରେ ବରୁଣ ୧୩ଟି ମ୍ୟାଚ୍ ଖେଳି ୧୭ ଓ୍ବିକେଟ୍‌ ନେଇଥିଲେ । ଏହାପର ସିଜିନ୍‌ରେ ୨୨.୬୬ ଷ୍ଟ୍ରାଇକ୍ ରେଟ୍‌ରେ ନେଇଥିଲେ ୧୮ଟି ୱିକେଟ୍ । ତାଙ୍କର କ୍ରମାଗତ ଭଲ ପ୍ରଦର୍ଶନ ଯୋଗୁଁ ସେ ଟିମ୍ ଇଣ୍ଡିଆର ଟି-୨୦ ବିଶ୍ୱକପ ୨୦୨୧ ପାଇଥିଲେ । ଟୁର୍ଣ୍ଣାମେଣ୍ଟରେ ଖେଳାଯାଇଥିବା ତିନିଟି ମ୍ୟାଚରେ ବରୁଣ ଭଲ ବୋଲିଂ କରିଥିଲେ ମଧ୍ୟ କୌଣସି ୱିକେଟ୍ ନେଇପାରିନଥିଲେ । ଯେଉଁ କାରଣରୁ ଟିମ୍‌ ଇଣ୍ଡିଆରୁ ତାଙ୍କୁ ବାହାର କରାଯାଇଥିଲା ।

କିନ୍ତୁ ସାକ୍ଷାତକାରରେ ବରୁଣ ଚକ୍ରବର୍ତ୍ତୀ ଟିମ୍ ଇଣ୍ଡିଆକୁ ନେଇ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି । ସେ କହିଛନ୍ତି ଟିମ୍ରୁ ବାହାର କରିବା ପାଇଁ ସେ ଆହାତ ଥିବା ନେଇ ଗୁଜବ ପ୍ରଚାର କରାଯାଇଥିଲା । ସେତେବେଳେ ଲାଗିଥିବା ଆଘାତ ଏତେ ବଡ ନଥିଲା । ମାତ୍ର ଦୁଇ ତିନି ସପ୍ତାହରେ ଟ୍ରାକ୍‌କୁ ଫେରିଥିଲେ । କିନ୍ତୁ ଆହାତ ଥିବା ଦର୍ଶାଇ ତାଙ୍କୁ ଟିମ୍‌ଠାରୁ ଦୂରରେ ରଖାଯାଇଥିଲା ।

ସେ କହିଛନ୍ତି କି ୨୦୨୧ରେ ହୋଇଥିବା ଘଟଣା ତାଙ୍କୁ ବେଶ୍‌ ପ୍ରଭାବ ପକାଇଥିଲା । ଯେଉଁ କାରଣରୁ ସେ ୨୦୨୨ ଆଇପିଏଲ୍‌ ଖେଳିପାରିନଥିଲେ । ସେ ନିଜ ବୋଲିଂରେ ପରିବର୍ତ୍ତନ କରିବା ପାଇଁ ଅନେକ ଚେଷ୍ଠା କରିଥିଲେ । କିନ୍ତୁ ତାଙ୍କର ମାନସିକ ସ୍ଥିତି ଖରାପ ଥିବାରୁ ସେ ପ୍ରାକ୍ଟିସ୍‌ କରିପାରିନଥିଲେ ।

୩୨ ବର୍ଷିୟ ଏହି ଖେଳାଳୀ କହିଛନ୍ତି ମୋ ସହ ଯାହା ହୋଇଛି ସେସବୁ ବହୁତ ଖରାପ । ଏଥିପାଇଁ ସେ କ୍ରିକେଟରୁ କିଛି ସମୟ ପାଇଁ ବ୍ରେକ୍‌ ନେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ମୁଁ ବର୍ତ୍ତମାନ ଆଉ ହତାସ ନାହିଁ । ମୁଁ ଶାନ୍ତ ଅଛି, କାରଣ ଯେତେବେଳେ ବଡ ବଡ ଖେଳାଳୀଙ୍କ ସହ ଏପରି କିଛି ହେଇପାରୁଛି ତେବେ ମୁଁ କିଏ ? ତେଣୁ ମୁଁ କେବଳ ମୋ କରୁଛି ।

Exit mobile version