Site icon ଆଜିକାଲି

ଟି -୨୦ ବିଶ୍ୱକପ ପାଇଁ ଆଇସିସି ଘୋଷଣା କଲା ପୁରସ୍କାର ରାଶି, ଚାମ୍ପିୟନ୍ ଦଳ ହେବ ମାଲାମାଲ୍


ଦୁବାଇ: ଆଗାମୀ ଟି -୨୦ ବିଶ୍ୱକପ ପାଇଁ ଆଇସିସି ପୁରସ୍କାର ରାଶି ଘୋଷଣା କରିଛି। ଏଥର ଚାମ୍ପିୟନ୍ ଦଳ ପ୍ରାୟ ୧.୬ ମିଲିୟନ୍ ଡଲାରର ପୁରସ୍କାର ପାଇବ, ଯାହା ଭାରତୀୟ ଟଙ୍କାରେ ପାଖାପାଖି ୧୩,୦୫,୩୫,୪୪୦ କୋଟି ହେବ । ଏହି ରାଶିର ଅଧା ରନର୍ ଅପ୍ ଦଳକୁ ଦିଆଯିବ । ଅକ୍ଟୋବର ୧୬ରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପରେ ୧୬ଟି ଦଳ ଅଂଶଗ୍ରହଣ କରିବେ । ନଭେମ୍ବର ୧୩ ରେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଫାଇନାଲ ମ୍ୟାଚ୍ ଖେଳାଯିବ ।

ଏଥର କୌଣସି ଦଳ ବି ଖାଲି ହାତରେ ଫେରିବେନି । ପ୍ରତ୍ୟେକ ଦଳ କିଛି ନା କିଛି ପୁରସ୍କାର ରାଶି ପାଇବେ ।

ଟି -୨୦ ବିଶ୍ୱକପ ପୁରସ୍କାର ତାଲିକା:

ବିଜେତା ଦଳ: ୧.୬ ମିଲିୟନ୍ (୧୩,୦୫,୩୫,୪୪୦ କୋଟି)

ରନର୍ ଅପ୍ ଦଳ: ୦.୮ ମିଲିୟନ୍ (୬,୫୨,୬୪,୨୮୦ କୋଟି)

ସେମିଫାଇନାଲିଷ୍ଟ ଦଳ: ୦.୪ ମିଲିୟନ୍ (୩,୨୬,୨୦,୨୨୦ କୋଟି ଟଙ୍କା)

ସୁପର-୧୨ରେ ବିଜୟୀ ଦଳ: ୭୦ ହଜାର ଡଲାର (୫୭,୦୮,୦୧୩୨ ଲକ୍ଷ)

ସୁପର -୧୨ରେ ପରାଜିତ ଦଳ: ୪୦ ହଜାର ଡଲାର (୩୨,୬୨,୦୨୨ ଲକ୍ଷ ଟଙ୍କା)

ପ୍ରଥମ ରାଉଣ୍ଡରେ ବିଜୟୀ ଦଳ: ୪୦ ହଜାର ଡଲାର (୩୨,୬୨,୦୨୨ ଲକ୍ଷ ଟଙ୍କା)

ପ୍ରଥମ ରାଉଣ୍ଡରେ ପରାଜିତ ଦଳ: ୪୦ ହଜାର ଡଲାର (୩୨,୬୨,୦୨୨ ଲକ୍ଷ ଟଙ୍କା)

Exit mobile version