Site icon ଆଜିକାଲି

ଆଇସିସି ଟେଷ୍ଟ ରାଙ୍କିଂ : ବ୍ୟାଟିଂ ଟପ୍‌-୧୦ରେ ରୋହିତ ଶର୍ମା, ବୋଲିଂ ତାଲିକାର ଟପ୍‌ରେ ଅଶ୍ୱିନୀ

ଦୁବାଇ : ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଂର ଶ୍ରେଷ୍ଠ ୧୦ ଭିତରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି ତାଲିକାରେ ଏକମାତ୍ର ଭାରତୀୟ ଭାବେ ଅଧିନାୟକ ରୋହିତ ଶର୍ମା ସ୍ଥାନ ପାଇଛନ୍ତି । ନ୍ୟୁଜିଲାଣ୍ଡର କେନ୍‌ ଓ୍ୱିଲିୟମସନ୍‌ ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ମାର୍ନସ ଲାବୁସେନ୍‌, ଜୋ ରୁମ୍‌, ଟ୍ରାଭିସ୍‌ ହେଡ୍‌, ବାବର ଆଜମ, ଷ୍ଟିଭ୍‌ ସ୍ମିଥ୍‌, ଡାରଲି ମିଚେଲ୍‌, ଉସ୍‌ମାନ ଖ୍ୱାଜା, ଡିମୁଥ୍‌ କରୁଣାରତ୍ନେ ରହିଛନ୍ତି । ୧୦ ନମ୍ବର ସ୍ଥାନରେ ରହିଛନ୍ତି ରୋହିତ ଶର୍ମା । ସେହିପରି ୨ୟ ଟେଷ୍ଟରେ ଶତକ ସତ୍ତେ୍ୱ ବିରାଟ କୋହଲି ମାନ୍ୟତା ତାଲିକାର ୧୪ତମ ସ୍ଥାନରେ ରହିଛନ୍ତି । ଭାରତ ପକ୍ଷରୁ ଯଶସ୍ୱୀ ଜୈସ୍ୱାଲଙ୍କ ମାନ୍ୟତାରେ ୧୧ଟି ସ୍ଥାନ ଉନ୍ନତି ହୋଇଛି । ଗତ ସପ୍ତାହରେ ୭୪ତମ ସ୍ଥାନ ଦଖଲ କରିଥିବା ଜୈସ୍ୱାଲ୍‌ ଦ୍ୱିତୀୟ ଟେଷ୍ଟରେ ଉପଯୋଗୀ ଇନିଂସ ଖେଳି ୬୩ତମ ସ୍ଥାନକୁ ଉଠିଛନ୍ତି ।

ଅନ୍ୟପଟେ ବୋଲିଂ ମାନ୍ୟତା ତାଲିକାରେ ରବି ଚନ୍ଦ୍ରନ ଅଶ୍ୱିନ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଅଶ୍ୱିନୀଙ୍କ ପଛକୁ ଦକ୍ଷିଣ ଆଫ୍ରିକାର କାସିଗୋ ରାବ୍‌ଡା, ପ୍ୟାଟ୍‌ କମିନ୍‌ସ, ଜେମ୍‌ସ ଆଣ୍ଡରସନ୍‌, ସାହିନ୍‌ ଆଫ୍ରିଦି, ରବିନ୍ଦ୍ର ଜାଡେଜା, ପ୍ରଭାତ ଜୟସୁରିୟା, ଷ୍ଟ୍ରୁଆର୍ଟ ବର୍ଡ, ଓଲି ରବିନସନ୍‌, ନାଥନ ଲାୟନ ରହିଛନ୍ତି । ୱେଷ୍ଟ ଇଣ୍ଡିଜ ବିପକ୍ଷ ୨ଟି ଟେଷ୍ଟରେ ସେ ମୋଟ୍‌ ୧୫ଟି ୱିକେଟ୍‌ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବିନ୍ଦ୍ର ଜାଡେଜା ଷଷ୍ଠକୁ ଉନ୍ନୀତ ହୋଇଛନ୍ତି । ମହମ୍ମଦ ସିରାଜଙ୍କ ମାନ୍ୟତାରେ ୫ଟି ସ୍ଥାନ ଉନ୍ନତି ହୋଇଛି । ଦ୍ୱିତୀୟ ଟେଷ୍ଟରେ ୫ୱିକେଟ୍‌ ନେବା ପରେ ସେ ମାନ୍ୟତା ତାଲିକାର ୩୩ତମ ସ୍ଥାନକୁ ଉଠିଛନ୍ତି।

Exit mobile version