Site icon ଆଜିକାଲି

ଆଇସିସି ପ୍ଲେୟର ଅଫ ଦି ମନ୍ଥ : ପୁରୁଷ ବର୍ଗରେ ରିଜୱାନ ଓ ମହିଳା ବର୍ଗରେ ହରମନପ୍ରୀତ


ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବର୍ଷ-୨୦୨୨ ସେପ୍ଟମ୍ବର ମାସ ପାଇଁ ଉଭୟ ମହିଳା ଏବଂ ପୁରୁଷ ଦଳର ଆଇସିସି ପ୍ଲେୟର ଅଫ ଦି ମନ୍ଥ ଘୋଷଣା କରିଛି । ପୁରୁଷ ଦଳର ପାକିସ୍ତାନର ଷ୍ଟାର ବ୍ୟାଟର ମହମ୍ମଦ ରିଜୱାନ ଓ ମହିଳା ଦଳର ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଆଇସିସି ପ୍ଲେୟାର ଅଫ ଦି ମନ୍ଥ ବିବେଚିତ ହୋଇଛନ୍ତି । ହରମନପ୍ରୀତ ଓ ରିଜୱାନଙ୍କୁ ଆଇସିସି ପକ୍ଷରୁ ସ୍ୱର୍ଣ୍ଣ ପଦକରେ ସମ୍ମାନିତ କରାଯିବ।

ରେକର୍ଡ କରିଛନ୍ତି ହରମନପ୍ରୀତ କୌର। ସେ ପ୍ରଥମ ଭାରତୀୟ ମହିଳା ଭାବେ ଆଇସିସି ପ୍ଲେୟାର ଅଫ ଦି ମନ୍ଥ ବା ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ସେପ୍ଟେମ୍ବର ମାସ ପାଇଁ ହରମନପ୍ରୀତ ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି। ସେହିପରି ସେପ୍ଟେମ୍ବର ମାସରେ ପୁରୁଷ ବର୍ଗର ଆଇସିସି ସମ୍ମାନ ପାକିସ୍ତାନର ୱିକେଟ କପିର ମହମ୍ମଦ ରିଜୱାନ ଜିତିଛନ୍ତି। ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ ଇଂଲଣ୍ଡ ବିପକ୍ଷ ଦିନିକିଆରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିବା ସହ ଭାରତ ମଧ୍ୟ ଇଂଲଣ୍ଡ ମାଟିରେ ଦିନିକିଆ ସିରିଜ ଜିତିଥିଲା। ଏହି ଇନିଂସ ପାଇଁ ତାଙ୍କୁ ଆଇସିସି ପକ୍ଷରୁ ସେପ୍ଟେମ୍ବର ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ଏହି ପୁରସ୍କାର ଦୌଡ଼ରେ ସ୍ମୃତି ମନ୍ଧାନା ଓ ବାଂଲାଦେଶ ମହିଳା ଦଳର ଅଧିନାୟକ ନିଗର ସୁଲତାନା ମଧ୍ୟ ରହିଥିଲେ। ହେଲେ ଦୁଇ ଖେଳାଳିଙ୍କୁ ପଛରେ ପକାଇ ହରମନପ୍ରୀତ ବାଜି ମାରି ନେଇଛନ୍ତି। ସେପ୍ଟେମ୍ବର ମାସରେ ହରମନପ୍ରୀତ କେବଳ ଭଲ ବ୍ୟାଟିଂ କରି ନଥିଲେ ବରଂ ତାଙ୍କ ଅଧିନାୟକତ୍ୱରେ ଭାରତ ୩-୦ରେ ଇଂଲଣ୍ଡକୁ ଦିନିକିଆ ସିରିଜ୍‌ରେ ମଧ୍ୟ ହରାଇଥିଲା। ୧୯୯୯ ପରେ ଭାରତୀୟ ମହିଳା ଦଳ ପ୍ରଥମଥର ପାଇଁ ଇଂଲଣ୍ଡରେ ସିରିଜ୍‌ ଜିତିବାର ରେକର୍ଡ କରିଥିଲା। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ହରମନପ୍ରୀତ ଅପରାଜିତ ୭୪ ରନ କରିଥିଲେ। ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ସେ ଅପରାଜିତ ୧୧୧ ବଲରେ ୧୪୩ ରନର ଇନିଂସ ଖେଳିଥିଲେ।

ଅନ୍ୟପକ୍ଷରେ ପୁରୁଷ ବର୍ଗରେ ମହମ୍ମଦ ରିଜୱାନ ଭାରତର ଅକ୍ଷର ପଟେଲ ଓ ଅଷ୍ଟ୍ରେଲିଆର କ୍ୟାମେରନ ଗ୍ରୀନଙ୍କୁ ପଛରେ ପକାଇ ଆଇସିସି ପୁରସ୍କାର ଜିତିଛନ୍ତି। ସେପ୍ଟେମ୍ବର ମାସରେ ରିଜୱାନ ୧୦ଟି ମ୍ୟାଚ୍‌ ଖେଳିଥିବା ବେଳେ ୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହିପରି ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ୭ ଟିକିଆ ଟି୨୦ ସିରିଜରେ ୩୦୦ରୁ ଉର୍ଦ୍ଧ୍ବ ରନ୍‌ ସଂଗ୍ରହ କରିଥିଲେ ।

Exit mobile version