Site icon ଆଜିକାଲି

ଆଇସିସି ଟେଷ୍ଟ ମାନ୍ୟତା : ଉଠିଲେ ଅକ୍ଷର ଓ କୁଳଦୀପ

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ (ଆଇସିସି) ପକ୍ଷରୁୁ ସଦ୍ୟତମ ଟେଷ୍ଟ ମାନ୍ୟତା ପ୍ରକାଶ ପାଇଛି । ଏଥିରେ ଭାରତୀୟ ସ୍ପିନ୍‌ ଅଲ୍‌ରାଉଣ୍ଡର ଅକ୍ଷର ପଟେଲ କ୍ୟାରିୟରର ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ବେଳେ ସ୍ପିନର କୁଳଦୀପ ଯାଦବଙ୍କ ମାନ୍ୟତାରେ ଉନ୍ନତି ହୋଇଛି ।

ବାଂଲାଦେଶ ବିପକ୍ଷ ପ୍ରଥମ ଟେ‌ଷ୍ଟ୍‌ରେ ୫ ୱିକେଟ୍‌ ଦଖଲ କରିଥିବା ଅକ୍ଷର ବୋଲରଙ୍କ ମାନ୍ୟତା ତାଲିକାରେ ୨୦ ସ୍ଥାନ ଲମ୍ଫ ମାରି ୧୮ରେ ପହଞ୍ଚିଛନ୍ତି। ତାଙ୍କ ରାଙ୍କିଙ୍ଗ୍‌ ପଏଣ୍ଟ୍‌ ୬୫୦ ରହିଛି। ଅନ୍ୟତମ ଭାରତୀୟ ସ୍ପିନର କୁଲଦୀପ ଯାଦବ ମଧ୍ୟ ଏହି ତାଲିକାରେ ବଡ଼ ଲମ୍ଫ ମାରିଛନ୍ତି। ସେହିପରି ଚଟ୍ଟୋଗ୍ରାମ ଟେଷ୍ଟ୍‌ରେ ୮ ୱିକେଟ୍‌ ସହ ଶ୍ରେଷ୍ଠ ଖେଳାଳି ପୁରସ୍କାର କରାୟତ୍ତ କରିଥିବା କୁଲ୍‌ଦୀପ (୪୫୫ ପଏଣ୍ଟ୍‌) ୧୯ ସ୍ଥାନ ଉଠି ୪୯ତମ ସ୍ଥାନରେ ପହଞ୍ଚିଯାଇଛନ୍ତି। ତେବେ ଆହତ ଯୋଗୁଁ ଏହି ଶୃଙ୍ଖଳାରୁ ବଞ୍ଚିତ ରହିଥିବା ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା (ଚତୁର୍ଥ) ଏବଂ ଆର୍‌ ଅଶ୍ବିନ (ପଞ୍ଚମ) ଶୀର୍ଷ-୫ରେ ନିଜ ନିଜ ସ୍ଥାନ ବଜାୟ ରଖିଛନ୍ତି।

ବ୍ୟାଟିଂରେ ଶୁବମାନ ଗିଲ୍‌ ୨ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୫୬ତମ ଓ ଚେତେଶ୍ବର ପୂଜାରା ଗୋଟିଏ ସ୍ଥାନ ଉପରକୁ ଉନ୍ନୀତ ହୋଇ ୧୬ତମ ସ୍ଥାନରେ ରହିଛନ୍ତି। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ପୂଜାରା ୯୦ ଓ ୧୦୨ରନ କରିଥିଲେ। ପୂଜାରା ୬୬୬୪ ପଏଣ୍ଟ ହାସଲ କରିଛନ୍ତି। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୮୬ରନ କରିଥିବା ଶ୍ରେୟାସ ଆୟର ଗୋଟିଏ ସ୍ଥାନ ଉପରକୁ ଉନ୍ନୀତ ହୋଇ ୨୬ତମ ସ୍ଥାନରେ ରହିଛନ୍ତି। ଆହତ ପାଇଁ ପ୍ରଥମ ଟେଷ୍ଟ ଖେଳିପାରିନଥିବା ରୋହିତ ଶର୍ମା ୯ ଓ ବିରାଟ କୋହଲି ୧୨ତମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିବା​‌ ପାକିସ୍ତାନ ଅଧିନାୟକ ବାବର ଆଜାମ ଗୋଟିଏ ସ୍ଥାନ ଉପରକୁ ଉନ୍ନୀତ ହୋଇ ୨ୟ ସ୍ଥାନରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆର ମୁର୍ନୁସ ଲାବୁସାନେ ୯୩୬ ପଏଣ୍ଟ ସହ ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି। ବ୍ରିସବେନ ଟେଷ୍ଟରେ ପ୍ରଥମ ଇନିଂସରେ ୯୨ରନ କରିଥିବା ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ ଟ୍ରେଭିସ ହେଡ୍‌ ୮୦୦ ରେଟିଂ ପଏଣ୍ଟ ସହ ଜୀବନର ଶ୍ରେଷ୍ଠ ମାନ୍ୟତା ୪ର୍ଥ ସ୍ଥାନରେ ପହଞ୍ଚିଛନ୍ତି। ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍‌ସ ୩ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୨୩ତମ ସ୍ଥାନରେ ରହିଥିବାବେଳେ ହ୍ୟାରି ବ୍ରୁକ୍‌ସ ୧୨ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୪୪ତମ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବଡା ୪ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୩ୟ ସ୍ଥାନରେ ରହିଛନ୍ତି।

Exit mobile version