Site icon ଆଜିକାଲି

ଆଇସିସି ଟେଷ୍ଟ ର‍୍ୟାଙ୍କିଂରେ ୧ ନଂ. ସ୍ଥାନ ବଜାୟ ରଖିଲେ ଅଶ୍ବିନ, ରାହାଣେ- ଶାର୍ଦ୍ଦୁଳ ମଧ୍ୟ ଉପରକୁ ଉଠିଲେ

ନୂଆଦିଲ୍ଲୀ : ବିଶ୍ବ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି)ରେ ରବିଚନ୍ଦ୍ରନ ଅଶ୍ବିନଙ୍କୁ ସ୍ଥାନ ନ ମିଳିବା ପରେ ଅନେକ ଚର୍ଚ୍ଚା ମଧ୍ୟରେ ଟେଷ୍ଟ ବୋଲିଂ ର‍୍ୟାଙ୍କିଂରେ ୧ ନଂ ସ୍ଥାନ ହାସଲ କରିଛନ୍ତି । ଟେଷ୍ଟ ର‍୍ୟାଙ୍କିଂରେ ତାଙ୍କ ସ୍କୋର ୮୬୦ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ଜେମସ ଆଣ୍ଡରସନ ୮୫୦ ସ୍କୋର, ତୃତୀୟ ସ୍ଥାନରେ ପ୍ୟାଟ କେମିନ୍ସ ୮୨୯ ସ୍କୋର ରହିଛି ।

ଅଶ୍ବିନଙ୍କ ଛଡା ସିନିଅର ଖେଳାଳି ଅଜିଙ୍କ୍ୟ ରାହାଣେ ମଧ୍ୟ ଟେଷ୍ଟ ର‍୍ୟାଙ୍କିଂରେ ୩୭ ନଂ ସ୍ଥାନ ହାସଲ କରିଛନ୍ତି । ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ୮୯, ୪୬ ରନ୍‌ କରିଥିବାରୁ ୩୭ ନଂ ସ୍ଥାନ ମିଳିଛି । ଏହାଛଡା ଶାର୍ଦ୍ଦୁଳ ଠାକୁର ୯୪ ସ୍ଥାନ ଅଧିକାର କରିଛନ୍ତି । ଅଷ୍ଟ୍ରେଲିଆର ୩ ଜଣ ବ୍ୟାଟର ର‍୍ୟାଙ୍କିଂରେ ଶୀର୍ଷ ୩ ସ୍ଥାନ ଅଧିକାର କରିଛନ୍ତି । ମାନର୍ସ ଲାବୁଶେନ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଷ୍ଟିଭ ସ୍ମିଥ ଦ୍ବିତୀୟ ସ୍ଥାନ, ଟ୍ରେଭିସ୍‌ ହେଡ ତୃତୀୟ ସ୍ଥାନରେ ରହିଛନ୍ତି ।

ଡବ୍ଲୁଟିସି ଫାଇନାଲରେ ଭାରତ ୨୦୯ ରନ୍‌ କରିଥିବା ବେଳେ ରାହାଣେ ୮୯ ଏବଂ ୪୬ ରନ୍‌ କରିଛନ୍ତି । ଅର୍ଦ୍ଧଶତକ କରିଥିବାରୁ ୬ ସ୍ଥାନ ଉପରକୁ ଫାଇଦା ମିଳିଛି । ସେହିପରି ରିଷଭ ପନ୍ତ ୧୦ ନଂ ସ୍ଥାନରେ ରହିଛନ୍ତି । ରୋହିତ ଶର୍ମା ଏବଂ ବିରାଟ କୋହଲି ୧୨ ଏବଂ ୧୩ ସ୍ଥାନରେ ରହିଛନ୍ତି । ଗତ ଟେଷ୍ଟ ଜୁଲାଇ ୨୦୨୨ରୁ ଆହତ ହୋଇଥିବା ବୋଲର ଜସପ୍ରୀତ ବୁମରା ଦୁଇଟି ସ୍ଥାନ ତଳକୁ ଖସିଛନ୍ତି ।

ସୂଚନା ଯେ, ସମାନ ଦଳର ତିନିଜଣ ବ୍ୟାଟ୍ସମ୍ୟାନଙ୍କୁ ଶ୍ରେଷ୍ଠ ତିନିରେ ଦେଖିବାକୁ ବହୁତ କ୍ୱଚିତ୍ । ଶେଷ ଥର ପାଇଁ ଟେଷ୍ଟ ର‍୍ୟାଙ୍କିଂରେ ୧୯୮୪ରେ ହୋଇଥିଲା । ଯେତେବେଳେ ଗର୍ଡନ ଗ୍ରୀନଜ (୮୧୦ ପଏଣ୍ଟ), କ୍ଲିଭ ଓଲିଡ (୭୮୭ ପଏଣ୍ଟ) ଏବଂ ୱେଷ୍ଟଇଣ୍ଡିଜର ଲ୍ୟାରି ଗୋମସ (୭୭୩ ପଏଣ୍ଟ) ଶୀର୍ଷ ତିନିଟି ସ୍ଥାନ ଅଧିକାର କରିବାରେ ସଫଳ ହୋଇଥିଲେ।

Exit mobile version