Site icon ଆଜିକାଲି

ଆଜି ହାରିଲେ ଦିନିକିଆରେ ସବୁଠୁ ଅଧିକ ମ୍ୟାଚ୍ ହାରିଥିବା ଟିମ୍ ହେବ ଇଣ୍ଡିଆ

ରାଞ୍ଚି : ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ଦ୍ୱିତୀୟ ଦିନକିଆ । ବିଶ୍ବକପ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଯାଇଥିବା ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳର ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ଶିଖର ଧାୱନଙ୍କ ଦଳ ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ଶୃଙ୍ଖଳା ଏବେ କର ବା ମର ସ୍ଥିତି ସୃଷ୍ଟି ହୋଇଛି। ରାଞ୍ଚିରେ ହେବାକୁ ଥିବା ମ୍ୟାଚରେ ବିଜୟୀ ହୋଇ ସିରିଜକୁ ବରାବର କରିବାକୁ ଚାହିଁବ ଟିମ୍ ଇଣ୍ଡିଆ । ହେଲେ ଯଦି ଭାରତ ଆଜିର ମ୍ୟାଚ୍ ହାରିଯାଏ ତେବେ ଏହା ହେବ ସୁବୁଠୁ ଲଜ୍ଜାଜନକ ରେକର୍ଡ ।

ଯଦି ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଦ୍ୱିତୀୟ ଦିନିକିଆ ମ୍ୟାରେ ପରାଜିତ ହୁଏ ତେବେ ଶ୍ରୀଲଙ୍କା ସହ ମିଳିତ ଭାବେ ଦିନିଆରେ ସବୁଠୁ ମ୍ୟାଚ ହାରିଥିବା ଟିମ ହେବ । ଏହା ଏପରି ଏକ ରେକର୍ଡ ଯାହାକୁ କୌଣସି ଟମ ନିଜ ନାଁରେ କରିବାକୁ ଚାହିଁବ ନାହିଁ।ଦିନିକିଆରେ ଟିମ ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ମୋଟ ୧୦୧୨ ଦିନିକିଆ ମ୍ୟାଚ୍ ଖେଳିଛି, ଯାହା କୌଣସି ଟିମ୍ ଦ୍ୱାରା ଖେଳାଯାଇଥିବା ସର୍ବାଧିକ ଦିନିକିଆ ମ୍ୟାଚ୍ । ଏଥିରୁ ଟିମ ଇଣ୍ଡିଆ ୫୨୯ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୪୩୩ ମ୍ୟାଚରେ ପରାଜିତ ହୋଇଛି । ଟିମ ଇଣ୍ଡିଆର ୯ଟି ମ୍ୟାଚ୍ ଟାଇ ରହିଛି । ସୂଚନା ଯେ, ଭାରତ ଓ ସାଉଥ୍ ଆଫ୍ରିକା ମଧ୍ୟରେ ହୋଇଥିବା ପ୍ରଥମ ଦିନିକିଆ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିଲା । ଆଜି ହେବାକୁ ଥିବା ମ୍ୟାଚ୍ ମଧ୍ୟ କିଛି ମାତ୍ରାରେ ବର୍ଷାରେ ପ୍ରଭାବିତ ହେବାର ଆଶଙ୍କା ରହିଛି । କାରଣ ଆଜି ରାଞ୍ଚିିରେ ୨୫ ପ୍ରତିଶତ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ ।

Exit mobile version