Site icon ଆଜିକାଲି

ଆଇଆଇଏମସିକୁ ମିଳିଲା ଡିମ୍ଡ୍ ବିଶ୍ୱବିଦ୍ୟାଳୟର ମାନ୍ୟତା, ଉପଲବ୍ଧ ହେବ ଡିଗ୍ରୀ ଓ ପିଏଚଡି ପାଠ୍ୟକ୍ରମ

ନୂଆଦିଲ୍ଲୀ – ଦେଶରେ ଗଣମାଧ୍ୟମ ଓ ସାମ୍ବାଦିକତାର ଶୀର୍ଷ ଶିକ୍ଷାନୁଷ୍ଠାନ ଭାରତୀୟ ଜନସଂଚାର ପ୍ରତିଷ୍ଠାନ (ଆଇଆଇଏମସି) କୁ ଡିମ୍ଡ୍ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ -ୟୁଜିସି ପକ୍ଷରୁ ଆଇଆଇଏମସିକୁ ଡିମ୍ଡ୍ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯାଇଛି। ଏଣିକି ଆଇଆଇଏମସି ଡିଗ୍ରୀ ଓ ପିଏଚଡି ପ୍ରଦାନ କରିପାରିବ । ଦିଲ୍ଲୀ, ଜାମ୍ମୁ, ଅମରାବତୀ ( ମହାରାଷ୍ଟ୍ର ), କୋଟାୟମ ଓ ଓଡ଼ିଶାର ଢେଙ୍କାନାଳରେ ଆଇଆଇଏମସି କ୍ୟାମ୍ପସ ରହିଛି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ୧୯୬୫ ମସିହା ଅଗଷ୍ଟ ୧୭ ତାରିଖରେ ଆଇଆଇଏମସି ପ୍ରତିଷ୍ଠା କରାଯାଇଥିଲା ।

Exit mobile version