Site icon ଆଜିକାଲି

ବେଆଇନ ଖଣି ଖନନ ମାମଲା; ପ୍ରେମ ପ୍ରକାଶଙ୍କୁ ଗିରଫ କଲା ଇଡି

ରାଞ୍ଚି: ଝାଡ଼ଖଣ୍ଡର ବେଆଇନ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପ୍ରେମ ପ୍ରକାଶଙ୍କୁ ଗିରଫ କରିଛି। ମନି ଲଣ୍ଡରିଂ ଆଇନ ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି । ଏହାପୂର୍ବରୁ ବୁଧବାର ପ୍ରେମ ପ୍ରକାଶଙ୍କ ଘରେ ଚଢ଼ାଉ ବେଳେ ଦୁଇଟି ଏକେ-୪୭ ରାଇଫଲ ମିଳିଥିଲା । ପ୍ରେମ ପ୍ରକାଶ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି ।

ଝାଡ଼ଖଣ୍ଡର ବେଆଇନ ଖଣି ଖନନ ମାମଲାରେ ଅର୍ଥ ହେରଫେର ଘଟଣାର ଯାଞ୍ଚ କରୁଥିବା ଇଡି ବୁଧବାର ଦିନ ଝାଡଖଣ୍ଡ, ବିହାର, ତାମିଲନାଡୁ, ଦିଲ୍ଲୀ ଏବଂ ଏନସିଆରରେ ଚଢ଼ାଉ କରିଥିଲା । ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଙ୍କଜ ମିଶ୍ର ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ବାକୁ ଯାଦବଙ୍କୁ ପଚରାଉଚରା ପରେ ଏହି ଚଢ଼ାଉ କରାଯାଇଥିଲା। ଏହି ମାମଲାରେ ଇଡି ଉଭୟଙ୍କୁ ଗିରଫ କରିସାରିଛି।

Exit mobile version