Site icon ଆଜିକାଲି

ବାଂଲାଦେଶରେ ବାତ୍ୟା ‘ସିତ୍ରାଙ୍ଗ’ର ପ୍ରଭାବ, ୭ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ସାମୁଦ୍ରିକ ବାତ୍ୟା ‘ସିତ୍ରାଙ୍ଗ’ ବାଂଲାଦେଶରେ ତାଣ୍ଡବ ରଚୁଛି । ‘ସିତ୍ରାଙ୍ଗ’ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ଅନେକ ଘର ନଷ୍ଟ ହେବା ସହ ଶହ ଶହ ଗଛ ଉପୁଡ଼ି ଯାଇଛି ।

ସୋମବାର ରାତି ସାଢେ ୯ଟାରୁ ସାଢ଼େ ୧୧ଟା ମଧ୍ୟରେ ବାଂଲାଦେଶର ତିନାକୋନା ଦ୍ୱୀପ ଓ ସାଣ୍ଡୱିଚରେ ୧୦୦ କିମି ବେଗରେ ପବନ ବହିଛି । ପ୍ରଶାସନିକ ଅଧିକାରୀମାନେ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି । ବରଗୁନା, ନରେଲ, ସିରାଜଗଞ୍ଜ ଜିଲା ଏବଂ ଭୋଲା ଦ୍ୱୀପପୁଞ୍ଜରେ ଅତି କମରେ ୭ଜଣଙ୍କର ମୃତ୍ୟୁ ହୋଇଥିବମା ନେଇ ବିପର୍ଯ୍ୟୟ ମନ୍ତ୍ରଣାଳୟ ସୂଚନା ଦେଇଛି । ସେହିପରି ମେଘାଳୟର ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କୁ ହାଇ ଆଲର୍ଟ କରାଯାଇଛି । ସେହିପରି ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କୁହାଯାଇଛି ।

ସେପଟେ ବାତ୍ୟା ‘ସିତ୍ରାଙ୍ଗ’ ଯୋଗୁଁ ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ଦକ୍ଷିଣ ୨୪ ପରଗାନା ଏବଂ ଉତ୍ତର ୨୪ ପରଗାନା ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଉଛି । ଏହା ବ୍ୟତୀତ ମିଦନାପୁର ଏବଂ ମୁର୍ସିଦାବାଦରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହା ବ୍ୟତୀତ କୋଲକାତା, ହାୱରା ଏବଂ ହୁଗଲିରେ ମଧ୍ୟ ଏକ ସତର୍କ ସୂଚନା ଜାରି କରାଯାଇଛି। ଏସଡିଆରଏଫ୍‌ ଏବଂ ଏନଡିଆରଏଫ୍‌ ଦଳ ନିୟୋଜନ କରାଯାଇଛି ।

Exit mobile version