Site icon ଆଜିକାଲି

ଚୀନ୍‌ରେ ପୁଣି ମାତିଲାଣି କୋଭିଡ୍, ସପ୍ତାହକୁ ପ୍ରାୟ ୬କୋଟି ୫୦ଲକ୍ଷ ଲୋକ ସଂକ୍ରମିତ

ବେଜିଂ : ଚୀନ୍‌ରେ ପୁଣି ମାତିଲାଣି କୋଭିଡ୍ । ପୁଣି କୋଭିଡ୍‌ ସଂକ୍ରମଣ ଉପରମୁହାଁ ହୋଇଛି । ଆସନ୍ତା ଜୁନ୍‌ରେ ସଂକ୍ରମଣ ଶୀର୍ଷକୁ ଛୁଇଁବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଏହି ସମୟରେ ସପ୍ତାହକୁ ପ୍ରାୟ ୬ କୋଟି ୫୦ ଲକ୍ଷ ଲୋକ ସଂକ୍ରମିତ ହୋଇପାରନ୍ତି । ସଂକ୍ରମଣ ରୋକିବା ପାଇଁ ସରକାର ଟିକାକରଣ ବଢ଼ାଇଛନ୍ତି ।

ଗତ ଏପ୍ରିଲଠାରୁ ଓମିକ୍ରନ୍‌ର ଏକ୍ସବିବି ଭାରିଆଣ୍ଟ ଯୋଗୁ ଚୀନରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ମେ’ ଶେଷ ସୁଦ୍ଧା ସେଠାରେ ସପ୍ତାହକୁ ୪ କୋଟି ସଂକ୍ରମିତ ହୋଇପାରନ୍ତି । ପୂର୍ବ ଲହରରେ ଚୀନ୍‌ରେ ସ୍ଥିତି ଗମ୍ଭୀର ହୋଇପଡ଼ିଥିଲା । ରୋଗୀଙ୍କ ପାଇଁ ହସ୍ପିଟାଲରେ ବେଡ୍‌ ଅଭାବ ପଡ଼ିବା ସହ ମୃତକଙ୍କ ପାଇଁ ସତ୍କାର ପାଇଁ ଘଣ୍ଟା ଘଣ୍ଟା ଧରି ପରିବାର ଲୋକଙ୍କୁ ଧାଡ଼ିର ଛିଡ଼ା ହେବାର ଦୃଶ୍ୟ ସାମ୍‌ନାକୁ ଆସିଥିଲା ।

Exit mobile version