Site icon ଆଜିକାଲି

ହକି ବିଶ୍ବକପରେ ଗୋଲ୍ ବର୍ଷା, ପୁଲ୍ ପର୍ଯ୍ୟାୟରେ ହୋଇଛି ୧୩୦ ଗୋଲ୍

ଭୁବନେଶ୍ୱର : ଚଳିତ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପରେ ହୋଇଛି ଗୋଲ୍ ବର୍ଷା । ଇତିମଧ୍ୟରେ ଟୁର୍ଣ୍ଣାମେଣ୍ଟର ପୁଲ୍ ପର୍ଯ୍ୟାୟ ଶେଷ ହୋଇଛି । ପୁଲ୍ ପର୍ଯ୍ୟାୟରେ ଗୋଲ୍ ସଂଖ୍ୟା ଦୃଷ୍ଟିରୁ ଏଯାବତ୍ ହାଇସ୍କୋରିଂ ସାବ୍ୟସ୍ତ ହୋଇଛି । ପୁଲ୍ ପର୍ଯ୍ୟାୟର ମୋଟ ୨୪ଟି ମ୍ୟାଚରେ ୧୩୦ଟି ଗୋଲ୍ ହୋଇଛି । ଅର୍ଥାତ ପ୍ରତ୍ୟେକ ମ୍ୟାଚରେ ହାରାହାରି ୫.୪୧ ଗୋଲ୍ ହୋଇଛି ।

ନୂଆଦିଲ୍ଲୀରେ ଅନୁଷ୍ଠିତ ୨୦୧୦ ବିଶ୍ବକପରେ ୧୨ଟି ଦଳ ଅଂଶଗ୍ରହଣ କରିଥିଲେ । ଉକ୍ତ ସଂସ୍କରଣରେ ୩୮ଟି ମ୍ୟାଚରେ ୧୯୯ ଗୋଲ ସ୍କୋର କରାଯାଇଥିଲା। ଚଳିତ ସଂସ୍କରଣରେ ଆହୁରି ୨୦ଟି ମ୍ୟାଚ୍ ବାକି ଅଛି । ଯଦି ଏହି ସ୍କୋରିଂ ଧାରା ଜାରି ରହେ, ତେବେ ଏହା ହକି ବିଶ୍ୱକପ୍ ଇତିହାସରେ ସର୍ବାଧିକ ଗୋଲ୍ ସ୍କୋରିଂ ଟୁର୍ଣ୍ଣାମେଣ୍ଟ ହୋଇପାରେ । ସେହିପରି ଚଳିତ ବିଶ୍ବକପରେ ଏପର୍ଯ୍ୟନ୍ତ ହୋଇଥିବା ୧୩୦ଟି ଗୋଲ ମଧ୍ୟରୁ ୮୦ଟି ଫିଲ୍ଡ ଗୋଲ୍ ହୋଇଥିବାବେଳେ ୪୩ଟି ପେନାଲ୍ଟି କର୍ଣ୍ଣରରୁ ସ୍କୋର କରାଯାଇଛି। ଆଉ ୭ଟି ଗୋଲ୍ ପେନାଲ୍ଟି ଷ୍ଟ୍ରୋକରୁ ହୋଇଛି ।

Exit mobile version