Site icon ଆଜିକାଲି

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫,୩୩୫ ସଂକ୍ରମିତ ଓ ୬ ମୃତ

ନୂଆଦିଲ୍ଲୀ : ଦେଶରେ କରୋନାର ଦୈନିକ ସଂକ୍ରମଣ ୫ ହଜାର ଟପିଛି । ଗତକାଲି ତୁଳନାରେ ସଂକ୍ରମଣ ୨୦ ପ୍ରତିଶତ ବୃଦ୍ଧି ହୋଇଛି ।

ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫ ହଜାର ୩୩୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୩୯,୦୫୪ରେ ପହଞ୍ଚିଛି। ଗତକାଲି ୪ ହଜାର ୪୩୫ ଆକ୍ରାନ୍ତ ଚିହ୍ନଟଙ୍କ ତୁଳନାରେ ଆଜିର ସଂକ୍ରମଣ ୨୦% ବୃଦ୍ଧି ହୋଇଛି । ଏହା ଗତ ୬ ମାସରେ ସବୁଠୁ ଅଧିକ ସଂକ୍ରମଣ ଚିହ୍ନଟ ବୋଲି ଜଣାପଡିଛି । ସେହିପରି ଦିନକରେ କରୋନାରେ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ୨ଟି ଲେଖାଏଁ, କେରଳ ଓ ପଞ୍ଜାବରେ ଗୋଟିଏ‌ ଲେଖାଏଁ ମୃତ୍ୟୁ ରିପୋର୍ଟ କରାଯାଇଛି। ଏହାଛଡ଼ା, ପିଛିଲା ଭାବେ କେରଳ ମଧ୍ୟ ୭ଟି ମୃତ୍ୟୁ ସାମିଲ କରିଛି। ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୨୫ ହଜାର ୫୮୭କୁ ବୃଦ୍ଧି ପାଇଥିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ ଜଣାପଡ଼ିଛି ।

Exit mobile version