Site icon ଆଜିକାଲି

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୧୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ଓ ୨ ଜଣଙ୍କ ମୃତ୍ୟୁ


ନୂଆଦିଲ୍ଲୀ : ଭାରତରେ ବୁଧବାର କୋଭିଡ-୧୯ର ଆଉ ୮୧୧ ନୂଆ ମାମଲା ଆସିଛି । ଏଥିସହ ମୋଟ ମାମଲା ୪,୪୬,୬୨,୯୫୨ କୁ ବୃଦ୍ଧି ପାଇଛି । କିନ୍ତୁ ଚିକିତ୍ସାଧୀନ ବା ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩,୫୫୯ କୁ ହ୍ରାସ ପାଇଛି। ସେହିପରି ବୁଧବାର ସକାଳ ୮ ଟା ସୁଦ୍ଧା ପ୍ରକାଶିତ ଅଦ୍ୟତନ ତଥ୍ୟ ଅନୁଯାୟୀ ଆଉ ୨ ଜଣ ରୋଗୀଙ୍କ ମୃତ୍ୟୁ ସହ ଦେଶରେ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୫,୩୦,୫୧୧କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତଥ୍ୟ ଅନୁଯାୟୀ, ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମୋଟ ସଂକ୍ରମଣର ୦.୦୩ ପ୍ରତିଶତ ହୋଇଥିବାବେଳେ କୋଭିଡ-୧୯ ରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୯୮.୭୮ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ, କୋଭିଡ -୧୯ ପାଇଁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ୪୬୨ ହ୍ରାସ ଘଟିଛି। ଏହି ରୋଗରୁ ସୁସ୍ଥ ମୋଟ ଲୋକଙ୍କ ସଂଖ୍ୟା ୪,୪୧,୧୮,୮୮୨ କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି। ଦେଶବ୍ୟାପୀ କୋଭିଡ୍-୧୯ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୨୧୯.୭୫ କୋଟି ଡୋଜ୍ ଦିଆଯାଇଛି।

Exit mobile version