Site icon ଆଜିକାଲି

ଦେଶରେ ଗତ ୨୪ ଘଣ୍ଟାରେ ୧୯୬ କରୋନା ସଂକ୍ରମିତ ଚିହ୍ନଟ ଓ ୨ ମୃତ

ନୂଆଦିଲ୍ଲୀ : ଚୀନ୍, ଜାପାନ ସହ କିଛି ଦେଶରେ କୋଭିଡ୍-୧୯ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି । ଏହି ପରିପ୍ରେକ୍ଷୀରେ ଦେଶରେ ଗତ ୨୪ ଘଣ୍ଟାରେ ୧୯୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଚିକିତ୍ସାଧୀନ ତଥା ସକ୍ରିୟ ରୋଗୀଙ୍କ ସଂଖ୍ୟା ୩,୪୨୮ କୁ ବୃଦ୍ଧି ପାଇଛି।

ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତରଫରୁ ଜାରି ସୂଚନା ଅନୁଯାୟୀ ଭାରତରେ ମୋଟ କୋଭିଡ୍ ମାମଲା ୪,୪୬,୭୭,୩୦୨ କୁ ବୃଦ୍ଧି ପାଇଛି । ଆଉ ୨ ଜଣ ରୋଗୀ ପ୍ରାଣ ହରାଇଥିବା ବେଳେ ମୋଟ କୋଭିଡ୍ ମୃତ୍ୟୁ ୫,୩୦,୬୯୫ରେ ପହଞ୍ଚିଛି ।

ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ଦୈନିକ ସଂକ୍ରମଣ ହାର ୦.୫୬ ପ୍ରତିଶତ ରେକର୍ଡ ହୋଇଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୦.୧୬ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୩୫,୧୭୩ ନମୁନା ପରୀକ୍ଷଣ କରାଯାଇଥିଲା। ସକ୍ରିୟ ରୋଗୀଙ୍କ ସଂଖ୍ୟା ସମୁଦାୟ ସଂକ୍ରମଣର ୦.୦୧ ପ୍ରତିଶତ ହୋଇଥିବାବେଳେ କୋଭିଡ -୧୯ ରୁ ଜାତୀୟ ଆରୋଗ୍ୟ ହାର ୯୮.୮୦ ପ୍ରତିଶତକୁ ବୃଦ୍ଧି ପାଇଛି।

Exit mobile version