ଇନ୍ଦୋର : ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଦଳୀୟ ସ୍କୋର କରି ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଜିତିବାକୁ ଭାରତ ଦେଇଛି ଠିକ୍ ୪୦୦ ରନ୍ର ଟାର୍ଗେଟ୍ । ୫୦ ଓଭରରେ ଭାରତ ୫ ଓ୍ଵିକେଟ୍ ହରାଇ କରିଛି ୩୯୯ ରନ୍ । ଆଜି ଭାରତୀୟ ବ୍ୟାଟର ପୂରା ଦମ୍ରେ କମାଲ୍ ଦେଖାଇଛନ୍ତି। ଶୁବମନ ଗିଲ୍ ଏବଂ ଶ୍ରେୟସ ଆୟରଙ୍କ ଧୂଆଁଧାର ଶତକ ସାଙ୍ଗକୁ ଅଧିନାୟକ କେଲ୍ ରାହୁଲ ଓ ସୂର୍ଯ୍ୟ କୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକ କଙ୍ଗାରୁ ବୋଲରଙ୍କ ହୋସ୍ ଉଡ଼ାଇ ଦେଇଥିଲା । ଶୁବମନ ଗିଲ୍ ୯୨ ବଲରେ ୧୦୦ କରିଥିବା ବେଳେ ଶ୍ରେୟସ ୯୦ ବଲରେ ୧୦୫ କରିଛନ୍ତି । ଭାରତ ଏକ ବଡ ସ୍କୋର ଅଭିମୁଖେ ରହିଛି । ୧୦୪ ରନ୍ କରିଥିବା ଗିଲ୍ ୪ ଛକା ଓ ୬ଟି ଚୌକା ମାରିଥିଲେ । ଶ୍ରେୟସ ତାଙ୍କ ଇନିଂସରେ ୧୧ ଚୌକା ଓ ୩ଟି ଛକା ମାରିଛନ୍ତି ।
ଇନ୍ଦୋରରେ ଖେଳା ଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ୍। ଏହାପରେ ଭାରତ ପକ୍ଷରୁ ଶୁବମନ ଗିଲ୍ ଏବଂ ଋତୁରାଜ ଗାଏକ୍ୱାଡ୍ ଓପନିଂ କରିଥିଲେ। ୧୨ ବଲ୍ ଖେଳି ୮ ରନରେ ଆଉଟ୍ ହୋଇ ଯାଇଥିଲେ ଋତୁରାଜ। ଏହାପରେ ଶୁବମନଙ୍କ ସହିତ ଶ୍ରେୟସ ଆୟର ପାର୍ଟନରସିପ କରିଥିଲେ । ଉଭୟ ଶତକୀୟ ପାଳି ଖେଳି ଦଳୀୟ ସ୍କୋର୍ ୨୧୬ରେ ପହଞ୍ଚାଇଥିଲେ। ଶ୍ରେୟସ ୧୦୫ ରନ୍ କରି ଆଉଟ୍ ହୋଇଯାଇ ଥିବାବେଳେ ଶୁବମନ୍ ୧୦୪ ରନ କରି ଆଉଟ୍ ହୋଇଥିଲେ । ସେମାନେ ଦ୍ୱିତୀୟ ଓ୍ଵିକେଟ୍ ଭାଗିଦାରୀରେ ୨୦୦ ରନ୍ ସଂଗ୍ରହ କରିଥିଲେ ।