Site icon ଆଜିକାଲି

କୋହଲି ଓ ରାହୁଲଙ୍କ ରନ ବର୍ଷା, ପାକିସ୍ତାନକୁ ୩୫୭ ରନର ଟାର୍ଗେଟ ଦେଲା ଭାରତ

କଲମ୍ବୋ : କଲମ୍ବୋର ପ୍ରେମଦାସ ଷ୍ଟାଡିୟମଠାରେ ପୁଣି ଆରମ୍ଭ ହୋଇଛି ଭାରତ-ପାକିସ୍ତାନ ମ୍ୟାଚ । ପାକିସ୍ତାନକୁ ଭାରତ ୩୫୭ ରନର ଟାର୍ଗେଟ ଦେଇଛି । ଗତକାଲି ବର୍ଷା ଯୋଗୁଁ ମ୍ୟାଚ ରିଜର୍ଭ ଡେ ପାଇଁ ରହିଥିଲା । ଆଜିର ମ୍ୟାଚ୍‌ କାଲି ବାକି ରହିଥିବା ଓଭର ଏବଂ ରନରୁ ଆରମ୍ଭ ହୋଇଥିଲା । ବର୍ଷା ଯୋଗୁ କାଲି ମ୍ୟାଚ୍ ଅଧାରୁ ବନ୍ଦ ହେବା ବେଳେ ରାହୁଲ ୧୭ ରନ କରିଥିଲେ । ରାହୁଲ ଏସିଆ କପର ପାକିସ୍ତାନ ବିପକ୍ଷ ମ୍ୟାଚ୍କୁ କମବ୍ୟାକ୍ କରିଛନ୍ତି । ଏହି କମବ୍ୟାକ ମ୍ୟାଚରେ ରାହୁଲ ୧୧୧ ରନ କରିଥିବା ବେଳେ କୋହଲି ମଧ୍ୟ ୧୨୨ ରନ କରିଛନ୍ତି ।

ଆଇପିଏଲ୍‌ ପରେ କେଏଲ୍‌ ରାହୁଲ ଜବରଦସ୍ତ କମବ୍ୟାକ୍‌ କରିଛନ୍ତି । ଦୀର୍ଘ ୬ ମାସ ପରେ ରାହୁଲ ଟିମରୁ ଫେରି ଶତକ ମାରିଛନ୍ତି । ରାହୁଲ ୧୦୦ ବଲରେ ଅପରାଜିତ ୧୦୦ ରନ କରିଛନ୍ତି । ସେହିପରି ବିରାଟ କୋହଲି ମଧ୍ୟ ୮୪ ବଲରେ ୧୦୦ ରନ୍‌ କରି ଭାରତକୁ ଏକ ବଡ ସ୍କୋର ଦେଇଛନ୍ତି । ଏହି ମ୍ୟାଚରେ ଶତକ ମାରି ବିରାଟ କୋହଲି ଦିନିକିଆ କ୍ରିକେଟରେ ୪୭ ତମ ଶତକ ମାରି ୧୩୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି । ଉଭୟ ୧୯୩ ବଲରେ ୨୨୩ ରନ କରିଛନ୍ତି । ରବିବାର ପରି ସୋମବାର ମଧ୍ୟ ବର୍ଷା ଯୋଗୁଁ ମ୍ୟାଚ ପ୍ରଭାବିତ ହୋଇଥିଲା । ମ୍ୟାଚ ଅପରାହ୍ଣ ୩ଟା ସମୟରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିବାବେଳେ ପ୍ରାୟ ଦେଢ ଘଣ୍ଟା ବିଳମ୍ବରେ ମ୍ୟାଚ ଆରମ୍ଭ ହୋଇଥିଲା ।

ଭାରତ ଗତକାଲିର ନିଜର ଅପରାଜିତ ଇନିଂସ ୧୪୭/୨ରୁ ଆଗକୁ ଖେଳିଥିଲା । ଦୁଇ ବ୍ୟାଟର୍ ବିରାଟ କୋହଲି ଓ କେଏଲ ରାହୁଲ ଲଢୁଆ ବ୍ୟାଟିଂ କରିଛନ୍ତି । ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ଦୁଇ ଓପନର ଶୁବମନ ଗିଲ ଏବଂ ରୋହିତ ଶର୍ମା ଅର୍ଦ୍ଧଶତକ ମାରିଥିଲେ । ୨୪.୧ ଓଭରରେ ୧୪୭/୨ ରନ କରିଥିବା ବେଳେ ବର୍ଷା ହୋଇଥିଲା । ଫଳରେ ଖେଳକୁ ଅଧାରୁ ବନ୍ଦ କରି ଦିଆଯାଇଥିଲା । ଆଉ ରିଜର୍ଭ ଡେ ପାଇଁ ରଖାଯାଇଥିଲା ।

Exit mobile version