Site icon ଆଜିକାଲି

ଜାତିସଂଘରେ ଚୀନ୍ ବିରୋଧୀ ପ୍ରସ୍ତାବ ଉପରେ ଭୋଟିଂରୁ ଦୂରେଇ ରହିଲା ଭାରତ

ଜେନେଭା: ଓ୍ବିଗର ମୁସଲିମଙ୍କ ଉପରେ ଅତ୍ୟାଚାର ନେଇ ମିଳିତ ଜାତିସଂଘ ମାନବ ଅଧିକାର ପରିଷଦରେ ଚୀନ୍ ବିରୋଧରେ ଆଗତ ପ୍ରସ୍ତାବ ଖାରଜ ହୋଇଯାଇଛି । ଚୀନ୍ ବିରୋଧରେ ଏହି ପ୍ରସ୍ତାବ ଉପରେ ଭୋଟିଂରୁ ଭାରତ ମଧ୍ୟ ଦୂରେଇ ରହିଥିଲା।

ଚୀନର ଜିନଜିଆନ୍ ଅଞ୍ଚଳରେ ଓ୍ବିଗର ମୁସଲିମଙ୍କ ବିରୋଧରେ ହେଉଥିବା ମାନବାଧିକାର ଉଲ୍ଲଂଘନ ଉପରେ ବିତର୍କ ପାଇଁ କାନାଡା, ଆମେରିକା ଏବଂ ବ୍ରିଟେନ ସମେତ ଅନେକ ଦେଶ ଏହି ଡ୍ରାଫ୍ଟ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହି ପ୍ରସ୍ତାବ ସପକ୍ଷରେ ପର୍ଯ୍ୟାପ୍ତ ଭୋଟ୍ ଅଭାବରୁ ଏହାକୁ ଖାରଜ କରାଯାଇଥିଲା।

ଚୀନ୍ ବିରୋଧରେ ଆଗତ ପ୍ରସ୍ତାବ ଉପରେ ୪୭ ସଦସ୍ୟ ଦେଶ ମଧ୍ୟରୁ ୧୭ ଏହାକୁ ସମର୍ଥନ କରିଥିବା ବେଳେ ଚୀନ୍ ସମେତ ୧୯ ଜଣ ସଦସ୍ୟ ଏହାକୁ ବିରୋଧ କରିଥିଲେ। ଭାରତ ସମେତ ୧୧ ସଦସ୍ୟ ଦେଶ ମତଦାନରୁ ନିବୃତ୍ତ ହୋଇଥିଲେ। ଅନେକ ଇସଲାମିକ ଦେଶ ମଧ୍ୟ ଏହି ପ୍ରସ୍ତାବରେ ଭାଗ ନେଇଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଦେଶ ଚୀନ୍ ସପକ୍ଷରେ ଭୋଟ୍ ଦେଇଥିଲେ ଏବଂ ଆଉ କିଛି ଦେଶ ଭୋଟରୁ ନିବୃତ୍ତ ରହିଥିଲେ। କେବଳ ଗୋଟିଏ ଦେଶ ସୋମାଲିଆ ଏହି ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିଲା। ଅପରପକ୍ଷରେ ଆମେରିକା, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଜାପାନ, ହୋଣ୍ଡୁରାସ, ନେଦରଲ୍ୟାଣ୍ଡ୍ସ, ପୋଲାଣ୍ଡ ଏବଂ ଦକ୍ଷିଣ କୋରିଆ ମଧ୍ୟ ଏହି ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିଲେ ।

Exit mobile version