Site icon ଆଜିକାଲି

ଆଜି ଭାରତ-ଆଫଗାନିସ୍ତାନ ପ୍ରଥମ ଟି-୨୦, ଅନୁପସ୍ଥିତ ରହିବେ ବିରାଟ

ମୋହାଲି : ୨୦୨୪ ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଘରୋଇ ମାଟିରେ ଆଫଗାନିସ୍ତାନ ବିରୋଧରେ ଶେଷ ସିରିଜ୍‌ ଖେଳିବ ଭାରତୀୟ ଟିମ୍‌ । ଏହି ସିରିଜ୍‌ରେ ଆହତ ଖେଳାଳିଙ୍କୁ ବାଦ୍‌ ଦେଇ କିଛି ବରିଷ୍ଠ ଖେଳାଳିଙ୍କ ସାମିଲ କରାଯାଇଛି । ଗୁରୁବାରଠୁ ମୋହାଲି କ୍ରିକେଟ୍‌ ଗ୍ରାଉଣ୍ଡରେ ଆରମ୍ଭ ହେବ ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍‌ । ରାତି ୭ଟା ସମୟରେ ଖେଳାଯିବ ପ୍ରଥମ ମ୍ୟାଚ୍‌ ।

ତେବେ ଏହି ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟିମ୍‌କୁ ଲାଗିଛି ଶକ୍ତ ଝଟ୍‌କା । ଅଭିଜ୍ଞ ଖେଳାଳି ବିରାଟ କୋହଲି ପ୍ରଥମ ମ୍ୟାଚ୍‌ରେ ଅନୁପସ୍ଥିତ ରହିବେ । ତେଣୁ ତାଙ୍କ ସ୍ଥାନରେ କିଏ ସାମିଲ ହେବ । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ କୋଚ୍‌ ଦ୍ରାବିଡ୍‌ଙ୍କ ମତରେ , ଓପନିଂ କରିବେ ରୋହିତ ଶର୍ମା ଏବଂ ଜୈସଓ୍ୱାଲ୍‌ । ଯଦି ଶୁଭମନ୍‌ ଖେଳନ୍ତି । ତେବେ ୩ୟ ନମ୍ବର ସ୍ଥାନରେ ହିଁ ଖେଳିବେ । ଏହାପଛକୁ ତିଲକ ବର୍ମା, ସଞ୍ଜୁ ସାମସନ ଖେଳିପାରନ୍ତି । ସେହିପରି ରିଙ୍କୁ ସିଂହ ଏବଂ ଜିତେଶ ଶର୍ମା ଫିନିସର ଭାବେ ଦାୟିତ୍ୱ ତୁଳାଇପାରନ୍ତି । ପେସ୍‌ ବୋଲିଂର ଭାର ଅର୍ଶଦୀପ ସିଂହ, ମୁକେଶ କୁମାର ଓ ଅଭେଶ ଖାନ୍‌ ସମ୍ଭାଳିପାରନ୍ତି । ବାକି ସ୍ପିନ୍‌ ବିଭାଗରେ ଅକ୍ଷର ପଟେଲ ଏବଂ କୁଳଦୀପ ଯାଦବ ସମ୍ଭାଳିପାରନ୍ତି ।

ସେପଟେ ଆଫଗାନିସ୍ତାନର ଫେମସ୍‌ ସ୍ପିନର ରସିଦ ଖାନ୍‌ ମଧ୍ୟ ପ୍ରଥମ ଟି-୨୦ ଖେଳିନପାରନ୍ତି । ଦିନିକିଆ ବିଶ୍ୱକପ୍‌ ପରେ ରସିଦଙ୍କ ପିଠିର ଅସ୍ତ୍ରୋପଚାର ହୋଇଥିଲା । ଯାହାକି ଏବେ ଯାଏଁ ଫିଟ୍‌ ହୋଇନାହାନ୍ତି । ସେ ଭାରତ ଆସିଛନ୍ତି । କିନ୍ତୁ ଫିଟ୍‌ନେସ୍‌ ଫେରିପାଇନଥିବାରୁ ଅଭ୍ୟାସରୁ ଦୂରେଇ ରହିଛନ୍ତି । ତାଙ୍କ ବଦଳରେ ମୁଜିବ-ଉର୍‌ ରେହମାନ, ମହମ୍ମଦ ନବି, ନୂର ଅହମ୍ମଦ, କ୍ୱାଇସ୍‌ ଅହମ୍ମଦ ଓ ସରଫଦ୍ଦିନ ଅସ୍ରଫ ସାମିଲ ହୋଇପାରନ୍ତି । ମୁଜିବ ଓ ନୁର ପ୍ଲେଇଙ୍ଗ ଇଲେଭେନ୍‌ରେ ସାମିଲ ହେବା ନିଶ୍ଚିତ । ଆଉ ନବି ଅଲ୍‌ରାଉଣ୍ଡର ଭାବେ ଖେଳିପାରନ୍ତି ।

Exit mobile version