Site icon ଆଜିକାଲି

ଆଜି ଭାରତ-ଆଫଗାନିସ୍ତାନ ମୁକାବିଲା

ଦୁବାଇ : ଏସିଆ କପ-୨୦୨୨ର ସୁପର-୪ ମ୍ୟାଚ୍‌ରେ ଆଜି ଆଫଗାନିସ୍ତାନକୁ ଭେଟିବ ଭାରତ । ଏସିଆ କପ୍ ଫାଇନାଲ୍ ଦୌଡ଼ରୁ ଆପାତତଃ ବାଦ୍ ପଡ଼ିସାରିଥିବା ଦୁଇ ଦଳ ପାଇଁ ଏହି ମ୍ୟାଚ୍ ସାନ୍ତ୍ୱନା ଏବଂ ସମ୍ମାନରକ୍ଷାର ଲଢ଼େଇ ହେବ ।

ଗତଥର ବିଜେତା ଭାରତ ଚଳିତ ଏସିଆ କପ୍‌ରେ ପ୍ରତିଶ୍ରୁତିଭରା ଆରମ୍ଭ କରିଥିଲା। ତେବେ ସୁପର-୪ ପର୍ଯ୍ୟାୟରେ ଅପ୍ରତ୍ୟାଶିତ ଭାବେ ମାଟି କାମୁଡ଼ିଥିଲା। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ହାରିବା ପରେ ଶ୍ରୀଲଙ୍କାର ଏକ ଅନଭିଜ୍ଞ ତଥା ଯୁବ ଦଳଠାରୁ ବି ପରାସ୍ତ ହୋଇଥିଲା। ଭାରତକୁ ଫାଇନାଲ୍ ଖେଳିବାର ପ୍ରମୁଖ ଦାବିଦାର କୁହାଯାଉଥିଲା ବେଳେ ସୁପର-୪ ପର୍ଯ୍ୟାୟରେ ଲଗାତାର ଦୁଇଟି ମ୍ୟାଚ୍ ହାରିବା ପ୍ରଶଂସକଙ୍କୁ ବ୍ୟଥିତ କରିଛି। ଆଫଗାନିସ୍ତାନ ଦଳରେ ଏକାଧିକ ଉଚ୍ଚସ୍ତରୀୟ ଟ୍ବେଣ୍ଟି-୨୦ ଖେଳାଳିଥିବାରୁ ଗୁରୁବାର ମ୍ୟାଚ୍ ମଧ୍ୟ ଟିମ୍ ଇଣ୍ଡିଆ ପାଇଁ ଆଉ ଏକ ଅଗ୍ନିପରୀକ୍ଷା ସଦୃଶ ହେବ ବୋଲି କ୍ରିକେଟ୍ ପଣ୍ଡିତମାନେ ଭବିଷ୍ୟବାଣୀ କରିସାରିଲେଣି। ଶ୍ରୀଲଙ୍କା ବିପକ୍ଷରେ ଦୀନେଶ କାର୍ତ୍ତିକଙ୍କୁ ନଖେଳାଇବା ଏବଂ ରବି ବିଷ୍ଣୋଇଙ୍କ ସ୍ଥାନରେ ଆର ଅଶ୍ବିନଙ୍କୁ ସ୍ଥାନ ଦେବା ନେଇ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଏବଂ ଅଧିନାୟକ ରୋହିତ ଶର୍ମା ସମାଲୋଚିତ ହେଉଛନ୍ତି।

ସେହିଭଳି ଦୀପକ ହୁଡ଼ା ଅଲରାଉଣ୍ଡର୍‌ ଭାବେ ଖେଳୁଥିଲେ ମଧ୍ୟ ତାଙ୍କୁ ଗୋଟିଏ ‌ହେଲେ ବି ଓଭର ବୋଲିଂ କରିବାର ସୁଯୋଗ ନଦେବା ନିଷ୍ପତ୍ତି ନେଇ ମଧ୍ୟ ବିତର୍କ ଆରମ୍ଭ ହୋଇଯାଇଛି। ସେହିଭଳି ହାର୍ଦିକ ପାଣ୍ଡ୍ୟାଙ୍କୁ ଯେ ପଞ୍ଚମ ବିଶେଷଜ୍ଞ ବୋଲର ଭାବେ ଖେଳାଇବା ବିପଜ୍ଜନକ, ତାହା ଶ୍ରୀଲଙ୍କା ମ୍ୟାଚ୍‌ରୁ ପ୍ରମାଣିତ ହୋଇଛି। କାରଣ ତାଙ୍କ ବୋଲିଂକୁ ସମ୍ମୁଖୀନ ହେବାରେ କୌଣସି ଶ୍ରୀଲଙ୍କା ବ୍ୟାଟର୍‌ ଅଡ଼ୁଆରେ ପଡ଼ି ନଥିଲେ। ଶୀର୍ଷକ୍ରମରେ ରୋହିତ ଭଲ ଖେଳିଥିଲେ। ହେଲେ ବିରାଟ କୋହଲିଙ୍କ ସହ ସଂପୂର୍ଣ୍ଣ ମଧ୍ୟକ୍ରମ ପୂରା ନିରାଶ କରିଥିଲା। ପାକିସ୍ତାନ ସହ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଭୁବନେଶ୍ବର କୁମାର ମାତ୍ରାଧିକ ରନ୍ ବ୍ୟୟ କରିବା ଭାରତ ପରାଜୟର ପ୍ରମୁଖ କାରଣ ଥିଲା। ତଥାପି ଭୁବନେଶ୍ବରଙ୍କୁ ଦୋଷ ଦେବାକୁ ରୋହିତ ନାରାଜ। ଯାହା ଦଳକୁ ଅଡ଼ୁଆରେ ପକାଉଛି। ଆଫଗାନିସ୍ତାନ ବିପକ୍ଷରେ ଖେଳିଥିବା ଗତ ତିନିଟି ମ୍ୟାଚ୍‌କୁ ଭାରତ ଯଥାକ୍ରମେ ୬୬ ରନ୍, ୨୩ ରନ୍ ଏବଂ ୭ ୱିକେଟ୍‌ରେ ଜିତି ଥିବାରୁ ଏହା ରୋହିତ ସେନାର ମନୋବଳ ବଢ଼ାଇବା ଭଳି ଖବର ହୋଇପାରେ।

ସମ୍ଭାବ୍ୟ ଭାରତ : ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ/ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ବିନ/ରବି ବିଷ୍ଣୋଇ, ୟୁଝବେନ୍ଦ୍ର ଚହଲ, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ।

ସମ୍ଭାବ୍ୟ ଆଫଗାନିସ୍ତାନ : ମହମ୍ମଦ ନବି (ଅଧିନାୟକ), ନଜିବୁଲ୍ଲା ଜଦ୍ରାନ, ରହମନତୁଲ୍ଲା ଗୁରବାଜ, ଇବ୍ରାହିତ ଜଦ୍ରାନ, ରସିଦ ଖାନ୍, କରିମ ଜନତ, ସମିଉଲ୍ଲା ସିନୱାରୀ, ନବୀନ-ଉଲ୍-ହକ୍, ମୁଜିବ-ଉର୍-‌ରହମାନ, ଫଜଲାକ୍ ଫାରୁକି।

Exit mobile version