Site icon ଆଜିକାଲି

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ଧର୍ମଶାଳାରୁ ଇନ୍ଦୋର ସ୍ଥାନାନ୍ତର

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଆସନ୍ତା ମାର୍ଚ୍ଚ ୧ରୁ ଧର୍ମଶାଳା ଠାରେ ଖେଳାଯିବାର ଥିଲା । କିନ୍ତୁ ଏହାକୁ ଏକ ନୂଆ ଭେନ୍ୟୁକୁ ସ୍ଥାନାନ୍ତର କରାଯାଇଛି। ମ୍ୟାଚ୍ ଆୟୋଜନ କରିବାକୁ ଧର୍ମଶାଳାର ଏଚପିସିଏ ଗ୍ରାଉଣ୍ଡ ପ୍ରସ୍ତୁତ ନଥିବାରୁ ତୃତୀୟ ଟେଷ୍ଟକୁ ଇନ୍ଦୋରକୁ ସ୍ଥାନାନ୍ତର କରାଯାଇଛି । ବିସିସିଆଇ ସୋମବାର ଏକ ପ୍ରେସ୍ ରିଲିଜରେ ଏହା ସ୍ପଷ୍ଟ କରିଛି ।

ବିସିସିଆଇର ଯାଞ୍ଚ ପ୍ୟାନେଲ୍ ରିପୋର୍ଟ ପରେ ମ୍ୟାଚକୁ ଧର୍ମଶାଳାରୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ଫେବୃଆରୀ ୧୧ରେ ଏହି ପ୍ୟାନେଲ୍ ଗ୍ରାଉଣ୍ଡ ପରିଦର୍ଶନ କରି ଆଉଟଫିଲ୍ଡରେ ବିଭିନ୍ନ ଅବ୍ୟବସ୍ଥା ଥିବା ଦେଖିଥିଲେ । ଅନ୍ୟ ଏକ ସମସ୍ୟା ହେଲା ଫେବୃଆରୀ ୨୦୨୨ରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଦୁଇଟି ଟି-୨୦ ପରେ ଧର୍ମଶାଳାରେ କୌଣସି କ୍ରିକେଟ୍ ଖେଳାଯାଇ ନାହିଁ। ଉଲ୍ଲେଖଯୋଗ୍ୟ, ଧର୍ମଶାଳା ଏପର୍ଯ୍ୟନ୍ତ କେବଳ ଗୋଟିଏ ଟେଷ୍ଟ ଆୟୋଜନ କରିଛି। ୨୦୧୭ରେ ଭାରତ ଏଠାରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସିରିଜକୁ ୨-୧ରେ ଜିତିଥିଲା ।

ସୂଚନା ଯେ, ନାଗପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆକୁ ଏକ ଇନିଂସ ଏବଂ ୧୩୨ ରନରେ ପରାସ୍ତ କରିବା ପରେ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ୧-୦ରେ ଆଗୁଆ ରହିଛି । ଦ୍ୱିତୀୟ ଟେଷ୍ଟ ଫେବୃଆରୀ ୧୭ରୁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ ।

Exit mobile version