Site icon ଆଜିକାଲି

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି-୨୦, ‌ବର୍ଷା ଆଶଙ୍କା

ଥିରୁଅନନ୍ତପୁରମ୍‌: ଦିନିକିଆ ଫାଇନାଲ୍‌ର ଦୁଃଖକୁ ଭାରତୀୟ ଦଳ ଟ୍ବେଣ୍ଟି-୨୦ ଶୃଙ୍ଖଳା ପ୍ରଥମ ମ୍ୟାଚ୍‌ରେ କିଛିଟା ଭୁଲାଇବାରେ ସକ୍ଷମ ହୋଇଛି। ବରିଷ୍ଠ ଖେଳାଳିମାନଙ୍କ ଉପରେ ଲାଗିଥିବା ଦାଗକୁ ଲିଭାଇବାରେ ଯୁବ ଖେଳାଳିମାନେ କେତେକାଂଶରେ ସଫଳ ହୋଇଛନ୍ତି। ଏବେ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ପାଇଁ ଦୁଇ ଦଳ ଅଣ୍ଟା ଭିଡ଼ିଛନ୍ତି। ଥିରୁଅନନ୍ତପୁରମ୍‌ର ଗ୍ରିନ୍‌ଫିଲ୍ଡ ଷ୍ଟାଡିୟମ୍‌ରେ ରବିବାର ସନ୍ଧ୍ୟା ବେଳେ ଏହି ମ୍ୟାଚ୍‌ ଆରମ୍ଭ ହେବ। କିନ୍ତୁ ଏଠାକାର ପାଣିପାଗ ଦର୍ଶକମାନଙ୍କୁ ନିରାଶ କରିପାରେ। ପ୍ରବଳ ବର୍ଷା ଯୋଗୁଁ ଅପରାହ୍ଣରେ ଅଭ୍ୟାସ କରିବା ସମ୍ଭବ ହୋଇନାହିଁ। ରବିବାର ସନ୍ଧ୍ୟାରେ ମଧ୍ୟ ବର୍ଷା ହେବା ପୂର୍ବାନୁମାନ କରାଯାଇଛି।

ସେଠାକାର ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ଉପକୂଳ ଅଞ୍ଚଳରେ ରବିବାର ସକାଳ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ମ୍ୟାଚ୍‌ ସମୟରେ ବର୍ଷା ହେବାର ସମ୍ଭାବନା ନାହିଁ। ତେବେ ପ୍ରଶଂସକ ଖେଳକୁ ଭରପୂର ଉପଭୋଗ କରିପାରିବେ।

ତେବେ ଗ୍ରୀନ୍‌ଫିଲ୍ଡ ଷ୍ଟାଡିୟମରେ ପାଣିକୁ କିପରି ଡ୍ରେନେଜ୍‌ କରାଯିବ, ତାହା ଏବେ ଚାଲେଞ୍ଜ ହେବ। ତେବେ ବର୍ଷା କାରଣରୁ ଗ୍ରାଉଣ୍ଡକୁ ପାଲରେ ଆଚ୍ଛାଦିତ କରାଯାଇଛି। ତେବେ ସବୁଠୁ ବଡ଼ କଥା ହେଲା ଭାରତ ପ୍ରଥମ ମ୍ୟାଚ ଜିତିବା ସହ ୧-୦ରେ ଆଗୁଆ ରହିଛି। ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌କୁ ଜିତିବା ପାଇଁ ସବୁ କୌଶଳ ବିନିଯୋଗ କରିବ।

FacebookTwitterLinkedinWhatsapp
Exit mobile version