Site icon ଆଜିକାଲି

୪୧ ରନରେ ହାରିଲା ଶ୍ରୀଲଙ୍କା, ଏସିଆ କପ ଫାଇନାଲରେ ଭାରତ

କଲମ୍ବୋ : କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ୍ ସୁପର-୪ର ଏକ ରୋମାଞ୍ଚକର ମ୍ୟାଚରେ ଶ୍ରୀଲଙ୍କାକୁ  ରନରେ ହରାଇ ଦେଇଛି ଭାରତ । ଭାରତ ପକ୍ଷରୁ ଶ୍ରୀଲଙ୍କା ଆଗରେ ୨୧୪ ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ଶ୍ରୀଲଙ୍କା ୪୧.୩ ଓଭରରେ ୧୭୨ ରନ କରି ଅଲଆଉଟ ହୋଇଯାଇଥିଲା । ଶ୍ରୀଲଙ୍କା ପକ୍ଷରୁ ଦୁନିଥ ଓ୍ବାଲାଲାଙ୍ଗେ ସର୍ବାଧିକ ୪୨ ରନ କରିଥିବାବେଳେ ଧନଞ୍ଜୟ ଡିସିଲଭା ୪୧ ରନ କରିଥିଲେ । ଭାରତ ପକ୍ଷରୁ କୂଳଦୀପ ଯାଦବ ୪ଟି ଓ୍ବିକେଟ ନେଇଥିବାବେଳେ ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଭଲ ଆରମ୍ଭ ଦେଇଥିଲେ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍। ଦୁଇ ବ୍ୟାଟର ନିଜ ଚିରାଚରିତ ଶୈଳୀରେ ବ୍ୟାଟିଂ କରିଥିଲେ। ବିଶେଷ କରି ରୋହିତ ଶର୍ମା ଦ୍ରୁତ ବ୍ୟାଟିଂ କରିଥିଲେ। ଦଳୀୟ ସ୍କୋର ୮୦ ରନରେ ଶୁଭମନ ଗିଲ୍(୧୯) ଆଉଟ୍ ହୋଇଥିଲେ।ଏହା ପରେ ଭାରତ ଲଗାତାର ୨ଟି ଓ୍ଵିକେଟ୍ ହରାଇଥିଲା। ଗତ ମ୍ୟାଚ୍‌ର ଶତକବୀର ବିରାଟ କୋହଲି(୩) ଆଉଟ୍ ହେବା ଭାରତକୁ ବଡ଼ ଝଟକା ଲାଗିଥିଲା। କ୍ରମାଗତ ସୁପର-୪ରେ ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିବା ରୋହିତ ଶର୍ମା ପାଭିଲିୟନ ଫେରିଥିଲେ। ସେ ୪୮ ବଲ୍‌ରୁ ୭ ଚୌକା ଓ ୨ ଛକା ସହ ୫୩ ରନ କରିଥିଲେ। ଏହି ତିନି ବ୍ୟାଟରଙ୍କୁ ପାଭିଲିୟନ ପଠାଇଥିଲେ ଓ୍ଵେଲାଲାଗେ। ଏହା ପରେ ଇଶାନ କିଷନ ଓ କେଏଲ ରାହୁଲ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳର ସ୍ଥିତି ସୁଧାରିବାକୁ ଉଦ୍ୟମ କରିଥିଲେ। ଦୁଇ ବ୍ୟାଟର ଚତୁର୍ଥ ଓ୍ଵିକେଟ୍ ପାଇଁ ୬୩ ରନ ଯୋଡ଼ିଥିଲେ। କ୍ରିଜରେ ସେଟ୍ ହୋଇ ସାରିଥିବା କେଏଲ ରାହୁଲ ୪୪ ବଲ୍‌ରୁ ୨ ଚୌକା ଜରିଆରେ ୩୯ ରନ କରି ଆଉଟ୍ ହୋଇଥିଲେ।ତାଙ୍କ ପରେ ଇଶାନ କିଷନ ୩୩ ରନ କରି ପାଭିଲିୟନ ଫେରିଥିଲେ। ପୁଣି ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା(୫) ଓ ରବୀନ୍ଦ୍ର ଜାଡ଼େଜା( ୪) ନିରାଶ କରିଥିଲେ। ଶେଷ ଆଡ଼କୁ ଅକ୍ଷର ପଟେଲ୍ ୨୬ ରନ କରିବାରୁ ଭାରତ ୨୧୩ ରନ କରି ପାରିଥିଲା। ଶ୍ରୀଲଙ୍କା ପକ୍ଷରୁ ସଫଳ ବୋଲର ଭାବେ ଦୁନିଥ ଓ୍ଵେଲାଲାଗେ ୪୦ ରନ ଦେଇ ୫ ଓ୍ଵିକେଟ୍ ଏବଂ ଅସଲଙ୍କା ମାତ୍ର ୧୮ ରନ ଦେଇ ୪ଟି ଓ୍ଵିକେଟ୍ ନେଇଥିଲେ।

Exit mobile version