Site icon ଆଜିକାଲି

୪ର୍ଥ ଟି-୨୦ରେ ଯଶସ୍ବୀ-ଗିଲ୍‌ଙ୍କ ଶତକୀୟ ଭାଗିଦାରୀ ବଳରେ ୱେଷ୍ଟଇଣ୍ଡିଜକୁ ୯ ୱିକେଟ୍‌ରେ ହରାଇଲା ଭାରତ

ଫ୍ଲୋରିଡା : ଯଶସ୍ବୀ ଜୟସ୍ବାଲ ଓ ଶୁଭମନ୍‌ ଗିଲଙ୍କ ଶତକୀୟ ଭାଗିଦାରୀ (୧୬୫ରନ୍‌) ବଳରେ ଟି-୨୦ ଶୃଙ୍ଖଳାର ୪ର୍ଥ ମୁକାବିଲାରେ ଭାରତ ଶନିବାର ୱେଷ୍ଟଇଣ୍ଡିଜ୍‌କୁ ୯ ୱିକେଟ୍‌ରେ ପରାସ୍ତ କରିଛି। ଏଥି ସହିତ ଚଳିତ ଶୃଙ୍ଖଳା ୨-୨ରେ ପହଞ୍ଚିଛି। ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍‌ ଅଗଷ୍ଟ ୧୩ (ରବିବାର) ଖେଳାଯିବ। ଆମେରିକାର ଫ୍ଲୋରିଡାସ୍ଥିତ ସେଣ୍ଟ୍ରାଲ ବ୍ରୋଫିଲ୍ଡ ସେଣ୍ଟ୍ରାଲ ପାର୍କ ଷ୍ଟାଡିୟମଠାରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତକୁ ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ୧୭୯ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଭାରତୀୟ ଖେଳାଳି ନିର୍ଦ୍ଧାରିତ ୧୭ ଓଭରରେ ୯ ୱିକେଟ୍‌ ହରାଇ ୧୭୯ ରନ୍‌ କରିଥିଲେ । ଭାରତ ପକ୍ଷରୁ ଜୟସ୍ବାଲ ୮୪ ରନ୍‌ କରିଥିବା ବେଳେ ଶୁଭମନ୍‌ ଗିଲ ୭୭ ରନ୍‌ କରିଥିଲେ ।

ପ୍ରଥମ ପାଳିରେ ୪ର୍ଥ ଟି-୨୦ରେ ଓ୍ବେଷ୍ଟଇଣ୍ଡିଜ୍ ଟଜ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା। ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୧୭୮ରନ କରିଥିଲା। ଦଳର ଦୁଇ ଓପନର କାଇଲ୍ ମେୟର୍ସ ଓ ବ୍ରାଣ୍ଡନ କିଙ୍ଗ୍ ଭଲ ଆରମ୍ଭ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ମେୟର୍ସ ୧୭ ରନ କରିଥିବାବେଳେ କିଙ୍ଗ ୧୯ ରନ କରିଥିଲେ । ୩ୟ ସ୍ଥାନରେ ଆସିଥିବା ସାଇ ହୋପ୍ ୪୫ରନ କରିଥିଲେ । କିନ୍ତୁ ଦଳରୁ ୨ ମଧ୍ୟକ୍ରମ ବ୍ୟାଟର ନିକୋଲାସ ପୁରନ୍ ଓ ରୋଭମାନ ପାଓ୍ବେଲ ବିଫଳ ହୋଇଥିଲେ । ତେବେ ସିମରନ ହେଟମେୟର ଆଜି ନିଜର ବ୍ୟାଟିଂର ନମୁନା ଦେଖାଇଥିଲେ । ସେ ମାତ୍ର ୩୯ଟି ବଲରେ ୩ ଚୌକା ଓ ୪ ଛକା ସହ ୬୧ରନ କରିଥିଲେ । ଫଳରେ ଦଳ ଭାରତ ବିପକ୍ଷରେ ୧୭୮ ରନର ଏକ ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିଥିଲା । ଭାରତ ପକ୍ଷରୁ ଅର୍ସଦୀପ ସିଂ ୩ଟି ଓ କୂଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ ।

Exit mobile version