Site icon ଆଜିକାଲି

ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ଜିତିଲା ଭାରତ

ମୋହାଲି : ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବାଜିମାତ୍। ପ୍ରଥମ ଦିନିକିଆ ଜିତିଲା ଟିମ୍‌ ଇଣ୍ଡିଆ। ମୋହାଲିରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ୫ ଓ୍ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ହରାଇଛି ଭାରତ। ଅଷ୍ଟ୍ରେଲିଆ ଦେଇଥିବା ଟାର୍ଗେଟ୍‌କୁ ୪୮.୪ ଓଭରରେ ହାସଲ କରିଛି ଟିମ୍‌ ଇଣ୍ଡିଆ।

ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ। ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟିଂ ପ୍ରଦର୍ଶନ ବହୁତ ଭଲ ଥିଲା। କିନ୍ତୁ କୌଣସି ଖେଳାଳି ବଡ଼ ପାଳି ଖେଳିବାକୁ ଅସମର୍ଥ ଥିଲେ। ଡେଭିଡ୍ ଓ୍ୱାର୍ଣ୍ଣର ସବୁଠୁ ଅଧିକ ୫୨ ରନ୍‌ କରିଥିଲେ। ଜୋସ୍‌ ଇଂଲିସ ୪୫ ରନ୍‌ ଓ ମାନର୍ସ ୩୯ ରନ୍‌ କରିଥିଲେ। ନିର୍ଦ୍ଧାରିତ ୫୦ ଓଭରରେ ୧୦ ଓ୍ୱିକେଟ୍‌ ହରାଇ ୨୭୬ ରନ୍‌ ସ୍କୋର କରିଥିଲା।

୨୭୭ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ। ଭାରତର ଓପନିଂ ବ୍ୟାଟିଂ ବେଶ ଦମଦାର ଥିଲା। ଦୁଇ ଓପନର୍‌ ଋତୁରାଜ ଗାଇକ୍ୱାଡ ଓ ଶୁବମନ ଗିଲଙ୍କ ପାର୍ଟନରସିପ୍‌ ୧୪୨ ରନ୍‌ ଥିଲା। ଗିଲ୍‌ ୭୪ ରନ୍‌ରେ ଆଉଟ୍ ହୋଇଥିଲେ। ଗାଇକ୍ୱାଡ୍ ୭୧ ରନ୍‌ରେ ଆଉଟ୍‌ ହୋଇଥିଲେ।

Exit mobile version