Site icon ଆଜିକାଲି

ଚତୁର୍ଥ ଟି-୨୦ରେ ବଡ଼ ବିଜୟ ସହ ଭାରତର ସିରିଜ କବଜା

ଲୌଡରହିଲ (ଫ୍ଲୋରିଡା): ଅଲରାଉଣ୍ଡ ପ୍ରଦର୍ଶନ ସହ ଭାରତ ଚତୁର୍ଥ ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୫୯ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୩-୧ରେ ଆଗୁଆ ଜିତି ନେଇଛି । ଅଭେଶ ଖାନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ରବିବାର ସିରିଜର ପଞ୍ଚମ ତଥାଶେଷ ମ୍ୟାଚ ଖେଳାଯିବ । ଏହି ମ୍ଯାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୯୧ ରନ କରିଥିଲା। ଭାରତ ପକ୍ଷରୁ ରିଷଭ ପନ୍ତ ୪୪, ଅଧନାୟକ ରୋହିତ ଶର୍ମା ୩୩, ସଞ୍ଜୁ ସାମସନ ୩୦, ସୂର୍ଯ୍ୟକୁମାର ଯାଦବ ୨୪, ଦୀପକ ହୁଦା ୨୧ ଓ ଅକ୍ଷର ପଟେଲ ୨୦ ରନ କରିଥିବାବେଳେ ୱେଷ୍ଟଇଣ୍ଡିଜର ଓବେଡ ମ୍ୟାକକଏ ଏବଂ ଆଲଜରି ଯୋଶେଫ ୨ଟି ଲେଖାଏଁ ୱିକେଟ ନେଇଥିଲେ।

ଜବାବରେ ୱେଷ୍ଟଇଣ୍ଡିଜ ୧୯୧ ଓଭରରେ ୧୩୨ ରନ କରି ଅଲଆଉଟ ହୋଇଥିଲା । ଦଳ ପକ୍ଷରୁ ଅଧିନାୟକ ନିକୋଲାସ ପୁରନ ଓ ରୋଭମାନ ପାୱେଲ ୨୪ ରନ ଲେଖାଏଁ କରିଥିବାବେଳେ ସିମ୍ରନ ହେଟମାୟର ୧୯, କାଏଲ ମେୟର୍ସ ୧୪, ବ୍ରେଣ୍ଡନ କିଙ୍ଗ ୧୩ ଓ ଜାସନ ହୋଲ୍ଡର ୧୩ ରନର ଯୋଗଦାନ ଦେଇଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି, ଅଭିଶ ଖାନ, ଅକ୍ଷର ପଟେଲ ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

Exit mobile version