Site icon ଆଜିକାଲି

ଗୋଟିଏ ମ୍ୟାଚ୍‌ ପୂର୍ବରୁ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌କୁ କବଜା କଲା ଭାରତ

ହରାରେ: ଭାରତ ଏଠାରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଜିମ୍ବାୱେକୁ ୫ ଓ୍ବିକେଟରେ ହରାଇ ଦେଇଛି । ପୁଣି ଏକ ଏକତରଫା ବିଜୟ ସହ ଭାରତ ୨-୦ରେ ଅପରାଜେୟ ଅଗ୍ରଣୀ ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ଆଗୁଆ କବଜା କରିଛି। ଭାରତ ପୁଣି ଟସ୍ ଜିତି ଜିମ୍ବାୱେ କୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଜିମ୍ବାୱେ ୩୮.୧ ଓଭରରେ ମାତ୍ର ୧୬୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଶାର୍ଦ୍ଦୁଲ ଠାକୁର ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ଏହି ମାମୁଲି ଟାର୍ଗେଟକୁ ଭାରତ ୨୫.୪ ଓଭରରେ ହାସଲ କରିନେଇଥିଲା । ଦଳ ପକ୍ଷରୁ ସଞ୍ଜୁ ସାମସନ ସର୍ବାଧିକ ୪୩ ରନ୍ ସଂଗ୍ରହ କରିଥିଲେ। ଅନ୍ୟପକ୍ଷରେ ଧାୱନ ଏବଂ ଶୁବମାନ ଗିଲଙ୍କ ବ୍ୟାଟରୁ ୩୩-୩୩ ରନ୍ ଆସିଥିଲା। କ୍ୟାପଟେନ କେଏଲ ରାହୁଲ ଆଜି ଇନିଂସ ଓପନ କରିଥିବା ବେଳେ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ । ଜିମ୍ବାୱେ ପାଇଁ ଲୁକ ଜୋଙ୍ଗୱେ ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ।

ହ୍ବାଇଟ୍ ବଲ୍ କ୍ରିକେଟରେ ଭାରତୀୟ ଦଳର ଏହା କ୍ରମାଗତ ଚତୁର୍ଥ ସିରିଜ୍ ବିଜୟ। ଏହାପୂର୍ବରୁ ଟିମ୍ ଇଣ୍ଡିଆ ଦୁଇଥର ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡକୁ ପରାସ୍ତ କରିଥିଲା। ସୂଚନା ଯେ, ସିରିଜ୍‌ର ତୃତୀୟ ମ୍ୟାଚ୍‌ ଆସନ୍ତା ୨୨ ତାରିଖରେ ଖେଳାଯିବ।

Exit mobile version